www.samajalive.in
Monday, December 15, 2025
27.1 C
Bhubaneswar

ଅତାବିରା ପୁଲିସ ପକ୍ଷରୁ ଆତ୍ମ ସୁରକ୍ଷା ଶିବିର ଆୟୋଜିତ

ରେଙ୍ଗାଲି କ୍ୟାମ୍ପ :  ଅତାବିରା ଏନ୍ ଏ ସି ଅନ୍ତର୍ଗତ ଲାଦର ପାଲି ସ୍ଥିତ ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅତାବିରା ଆମ ପୁଲିସ  ସମିିତି ପକ୍ଷରୁ  ଆତ୍ମ ସୁରକ୍ଷା ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରଗଡ଼ ଜିଲ୍ଲା ଏସ ପି ଶ୍ରୀ ସ୍ମିଥ ପି. ପରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅତାବିରା ତହସିଲଦାର ସୌଭାଗ୍ୟ ବେହେରା, ଜୋଡୋ କରାଟେ ମାଷ୍ଟର ସୁଶ୍ରୀ ପ୍ରିୟଦର୍ଶିନୀ ଅର୍ଚ୍ଚନା ଓ ଜନକଲ୍ୟାଣ କୁଲିତା ସମାଜର ସଭାପତି ଦିବାକର ପ୍ରଧାନ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ହୋଇଥିଲେ। ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ, ସ୍ଵାଗତ ଅଭିଭାଷଣ ତଥା ମଞ୍ଚ ପରିଚାଳନା କରିଥିଲେ ।
ଏହି ଶିକ୍ଷା ଶିବିରରେ କାଦୋବାହଲ, ଅତାବିରା, ଲରମ୍ଭା,ଅରବିନ୍ଦ ଶିକ୍ଷା କେନ୍ଦ୍ର, ସିଦ୍ଧାର୍ଥ ପବ୍ଲିକ ସ୍କୁଲ୍, କୋଶଳ ସ୍କୁଲ୍ ଆଦି ୯ ଟି ବିଦ୍ୟାଳୟ ତଥା ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ଶିକ୍ଷା ଦିଆଯାଇଥିଲା। ଆନ୍ତର୍ଜାତିକ ଜୋଡୋ କରାଟେ ମାଷ୍ଟର ଅସୀମ କୁମାର ଭୋଇ ଆତ୍ମ ସୁରକ୍ଷା ତାଲିମ ଦେଇଥିଲେ। ଘରେ ହେଉ କି ବାହାରେ ହେଉ କିମ୍ବା ରାସ୍ତାରେ ଏକାକୀ ଯାଉଥିବାବେଳେ କୌଣସି ପ୍ରତିକୂଳ ପରିସ୍ଥିତିରୁ କିପରି ନିଜକୁ ସୁରକ୍ଷା କରିପାରିବେ, ସେଇ କୌଶଳ ଗୁଡ଼ିକ ବିଶେଷ ଭାବରେ ତାଲିମ ଦିଆଯାଇଥିଲା। ସଶକ୍ତ ସମାଜର ଆସ୍ଥା ଭଜନ ହେବ ସହ ସୁରକ୍ଷା ପ୍ରଦାନରେ ଉପଯୁକ୍ତ ସମୟରେ ପୁଲିସ ପହଞ୍ଚିବ ବୋଲି ମୁଖ୍ୟ ଅତିଥି ଶ୍ରୀ ପରମର କହିଥିଲେ । ଏହା ବ୍ୟତୀତ ମୋବାଇଲ ସାଇବର କେନ୍ଦ୍ରର ସମସ୍ତ ଖବର ଭୁବନେଶ୍ୱର ପାଖରେ ସିଧା ସଳଖ ପହଞ୍ଚେ । କିଛି ସାଇବର ଘଟଣା ଘଟିଲେ ପୁଲିସ କିଛି କରିପାରିବ ନାହିଁ , ସିଧା ସଳଖ ଭୁବନେଶ୍ୱରରୁ ତଦନ୍ତ  କରାଯାଇପାରିବ । ତେଣୁ  ମୋବାଇଲର ବ୍ୟବହାର କେବଳ ଉପଯୁକ୍ତ କାମ ପାଇଁ କରିବା ଉଚିତ୍, କୌଣସି ଅଜଣା ବ୍ୟକ୍ତିଙ୍କୁ ମୋବାଇଲ ନଂ ଦିଅନ୍ତୁ ନାହିଁ, ଅଯଥା ମେସେଜ ଜରିଆରେ ବାର୍ତ୍ତାଳାପ କରନ୍ତୁ ନାହିଁ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଅତାବିରା ଓକିଲ ସଂଘ, ବରିଷ୍ଠ ନାଗରିକ ସଂଘ, ମାରୱାଡ଼ି ଯୁବା ମଞ୍ଚ ଓ ବଣିକ ସଂଘର କର୍ମକର୍ତ୍ତା ତଥା ସଭ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ଏସଡିପିଓ ଦୀପକ ଗୋଛାୟତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories