www.samajalive.in
Sunday, December 7, 2025
14.1 C
Bhubaneswar

ତ୍ୱଚାର ସୁନ୍ଦରତା ପାଇଁ ବ୍ୟବହାର କରନ୍ତୁ ଧନିଆ

ତ୍ୱଚା ପାଇଁ ଅନେକ ଉପାୟ ରହିଛି। ତେବେ ଘରେ ଥିବା କିଛି ଜିନିଷ ତ୍ୱଚାର ସୁନ୍ଦରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଧନିଆ ମଞ୍ଜି ଓ ପତ୍ରକୁ ବ୍ୟବହାର କରି ତ୍ୱଚାର ହଜିଯାଇଥିବା ସୌନ୍ଦର୍ଯ୍ୟ ଫେରି ପାଇବେ। ଧନିଆପତ୍ରକୁ କିଛି ସମୟ ପାଣିରେ ବତୁରାଇ ଏହି ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହା ମୁହଁର କଳାଦାଗ ସହ ମୁହଁର ଉଜ୍ଜ୍ୱଳ ବୃଦ୍ଧି କରିଥାଏ।
୧କପ ପାଣିରେ ଧନିଆପତ୍ର ପକାଇ ଏହାକୁ ରାତିଯାକ ବତୁରାଇ ଦିଅନ୍ତୁ। ସକାଳେ ଏହି ପାଣିକୁ ଛାଣି ଦିଅନ୍ତୁ। ଏଥିରେ ଗୋଲାପ ଜଳ,ଲେମ୍ବୁ ରସ, ମିଶାଇ ଏହାକୁ ଏକ ବୋତଲରେ ରଖି ବ୍ୟବହାର କରନ୍ତୁ। ଏହା ଟୋନର କାମ କରିଥାଏ।
ସେହିପରି ଏକ ପାତ୍ରରେ ବେସନ,ଧନିଆପତ୍ର ପାଣି ଓ ସାମାନ୍ୟ ହଳଦୀ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
ଏହାକୁ ମୁହଁରେ ଲଗାଇ କିଛି ସମୟ ମାଲିସ କରି ମୁହଁ ଧୋଇ ଦିଅନ୍ତୁ।
କଫି ଗୁଣ୍ଡରେ ଧନିଆ ପାଣି, ଭିଟାମିନ ଇ କ୍ୟାପସୁଲର ତେଲ ପକାଇ ଏହାକୁ ମିଶାଇ ମୁହଁରେ ଲଗାନ୍ତୁ। ୫ ମିନିଟ ମାଲିସ କରି ମୁହଁ ଧୋଇ ଦିଅନ୍ତୁ।
ଅନ୍ୟ ଏକ ଉପାୟରେ ଧନିଆପତ୍ରକୁ ପେଷି ଏହାର ପେଷ୍ଟ ପ୍ରସ୍ତୁତ କରି ଏଲୋବେରା ଜେଲ୍‍ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ମୁହଁରେ ଲଗାଇ କିଛି ସମୟ ରଖି ଦିଅନ୍ତୁ। ଏହା ମୁହଁର କୁଞ୍ଚନ ସମସ୍ୟାକୁ ଦୂର କରିଥାଏ।
ଲେମ୍ବୁ ରସରେ ଧନିଆପତ୍ରକୁ ପେଷି ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ଥରେ ଲଗାନ୍ତୁ। ଏହାଦ୍ୱାରା ମୁହଁର ବ୍ରଣ ଓ କୁଞ୍ଚନ ସମସ୍ୟା ଦୂର କରେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories