www.samajalive.in
Sunday, December 7, 2025
14.1 C
Bhubaneswar

ଖାଇବା ପରେ ଫିଙ୍ଗି ଦେଉଛନ୍ତି କି ଫଳ ଚୋପା?

ଫଳ ଉଭୟ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ବେଶ ଉପକାରୀ। ଫଳ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହେବା ସହ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ମାତ୍ର ଆପଣ ଜାଣନ୍ତି କି କେବଳ ଫଳ ନୁହେଁ ଏହାର ଚୋପା ମଧ୍ୟ ତ୍ୱଚାର ଚମକ ବୃଦ୍ଧି କରିଥାଏ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ..
ଆମ୍ବ ଚୋପାକୁ ପକାଇବା ପରିବର୍ତ୍ତେ ଏହାକୁ ପେଷି ମୁହଁରେ ଲଗାନ୍ତୁ। ଏହା ମୁହଁର ବ୍ରଣ ଓ ଏହାର ଦାଗ ଦୂର କରିଥାଏ।
କଦଳୀ ଚୋପାକୁ ବ୍ୟବହାର କରି ମୁହଁର ମାଲିସ କରନ୍ତୁ। ଏହା ସୂର୍ଯ୍ୟଙ୍କ ରଶ୍ମି ପ୍ରଭାବରେ ହେଉଥିବା କଳାପଣ (ଟ୍ୟାନିଙ୍ଗ୍‍) ସମସ୍ୟା ଦୂର କରିଥାଏ।
କମଳା ଚୋପାକୁ ପ୍ରାକୃତିକ ସ୍କ୍ରବ ଭାବେ ବ୍ୟବହାର କରାଯାଏ। ଏହାକୁ ଶୁଖାଇ ପେଷିବା ପରେ ଏଥିରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ।
ବେକର କଳାପଣ ଦୂର ପାଇଁ ଲେମ୍ବୁ ଚୋପାରେ ମାଲିସ କରନ୍ତୁ।
ଅମୃତଭଣ୍ଡାର ଚୋପାକୁ ପେଷି ଏହାକୁ ମୁହଁରେ ଲଗାନ୍ତୁ। ଏହା ଦ୍ୱାରା ବ୍ରଣ ସମସ୍ୟା ଦୂର ହେବା ସହ ମୁହଁ ଗୋରା ହୋଇଥାଏ।
ନାସପାତି ଚୋପା ମୁହଁରେ ବ୍ୟବହାର କରିବା ଦ୍ୱାରା ମୁହଁର ସୁନ୍ଦରତା ବୃଦ୍ଧି ପାଇଥାଏ।
ସେଓ ଚୋପା ମଧ୍ୟ ମୁହଁର ସୁନ୍ଦରତାକୁ ବୃଦ୍ଧି କରି କଳାପଣ ଦୂର କରିଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଛି।
ଡାଳିମ୍ବ ଚୋପା ବ୍ୟବହାର ଦ୍ୱାରା ତ୍ୱଚାର ବିଭିନ୍ନ ଦାଗ ଦୂର କରିବା ସହ କୋଷିକାକୁ ସଠିକ ରଖିଥାଏ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories