www.samajalive.in
Saturday, December 6, 2025
26.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ଫଳ ଓ ପନିପରିବାରେ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା ମୁହଁ ସୁନ୍ଦର ଓ ଉଜ୍ୱଳ ହୋଇଥାଏ। ଫଳ ଓ ପନିପରିବାର ଜୁସ ମଧ୍ୟ ମୁହଁର ସୌନ୍ଦର୍ଯ୍ୟ ବଢାଇଥାଏ। ଜାଣନ୍ତୁ ,  କେଉଁ ଫଳ ଓ ପନିପରିବାର ଜୁସ ପିଇବା ଦ୍ୱାରା ମୁହଁର ସୁନ୍ଦରତା ବଢିଥାଏ ….
ଗାଜର ଓ ବିଟ ଜୁସ –
ଗାଜରରେ ଅଧିକ ପରିମାଣରେ ଭିଟାମିନ ଏ ଓ ବିଟରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଗାଜର ଓ ବିଟ ଜୁସରେ ଜିଙ୍କ, ଆଇରନ, ଭିଟାମିସ ସି , ମାଗ୍ନେସିୟମ ଆଦି ମୁହଁର ସୁନ୍ଦରତାକୁ ଖୁବ ବଢାଇଥାଏ।
ଟମାଟୋର ଜୁସ –
ଟମାଟୋର ଜୁସ ରକ୍ତକୁ ସ୍ୱଚ୍ଛ ରଖେ ଏବଂ ମୁହଁକୁ ଆବଶ୍ୟକ ପରିମାଣରେ ପୋଷକ ଯୋଗାଇଥାଏ।
ପାଳଙ୍ଗପତ୍ରର ଜୁସ –
ଏଥିରେ ଭିଟାମିନ ସି, ଆଣ୍ଟିଅକ୍ସିଡ଼ାଣ୍ଟ ଅଧିକ ପରିମାଣରେ ଥାଏ। ଏହା ମୁହଁକୁ ପ୍ରାକୃତିକ ରୂପରେ ସୁନ୍ଦର କରେ।
କାକୁଡ଼ିର ଜୁସ –
କାକୁଡ଼ିରେ ୯୦ ଭାଗ ପାଣି ଥାଏ। ଏହାର ଜୁସକୁ ପିଇବା ଦ୍ୱାରା ମୁହଁର ଉଜ୍ୱଳତା ବଢିଥାଏ।
ସେଓ ଜୁସ –
ଏଥିରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ଥାଏ। ଏହାର ଜୁସକୁ ପିଇବା ଦ୍ୱାରା ମୁହଁର ରଙ୍ଗ ଗୋରା ହେବା ସହ ବହୁ ରୋଗ ଶରୀରରୁ ଦୂର ହୋଇଥାଏ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories