www.samajalive.in
Monday, December 15, 2025
14.1 C
Bhubaneswar

ଅଭିଯୋଗ ପରେ ସମସ୍ୟାର ସମାଧାନ ବାଟ କାଢ଼ିଲେ ବିଡ଼ିଓ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତରେ ଥିବା ଏମ୍ ଆଇ ପି କଣ୍ଡାକରା ଡେମ୍ ଠାରୁ କଦଳୀଚୁଆଁ ଓ ଢେପାଗୁଡ଼ା ଗାଁ ମଝି ରାସ୍ତା ପାର୍ଶ୍ୱ ଦେଇ ଏକ କେନାଲ ଯାଉଥିବା ବ୍ରିଜ୍ କିଛି ଦିନ ତଳେ ଭାଙ୍ଗି ଯାଇଥିଲା। ସିମେଣ୍ଟ ଜରି ବସ୍ତାରେ ମାଟି ଓ ବାଲି ଭର୍ତ୍ତିକରି ଭାଙ୍ଗି ଯାଇଥିବା ସ୍ଥାନରେ ପକାଇ ମରାମତି କରିଥିଲେ। ବର୍ତ୍ତମାନ ବର୍ଷାରେ ଏହା ଭୁଶୁଡ଼ି ଯିବା ଯୋଗୁଁ ପାଣି ଚାଷ ଜମିକୁ ଯିବା ବଦଳରେ ନାଳକୁ ପାଣି ଯାଇ ନଷ୍ଟ ହେଉଥିଲା। ଏହି କେନାଲ ବ୍ରିଜ ଭାଙ୍ଗିଯିବା ପରେ ଢେପାଗୁଡ଼ା, ପଣସଗୁଡ଼ା, ଚାମରଯୋଡ଼ି, ଦେଉଳବାଡ଼ି, ବୁଡ଼ାଗୁଡ଼ା, ଅଡ୍ରୁବାଲି, ଅଲଣ୍ଡା ଓ ଆଖପାଖ ଏମିତି ଅନେକ ଅଞ୍ଚଳର ଚାଷୀ ପ୍ରଭାବିତ ହୋଇଛନ୍ତି।

ବର୍ତ୍ତମାନ ଚାଷ ସମୟ ଚାଲିଥିବାରୁ ଚାଷୀ ଚିନ୍ତିତ ହୋଇ ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ଅଧିକାରୀ ଜଣକ କୌଣସି ସନ୍ତୁଷ୍ଟଜନକ ଉତ୍ତର ଦେଇ ନ ଥିଲେ। ଯାହା ଫଳରେ ଅଞ୍ଚଳବାସୀ ଏକ ବୈଠକ କରି ଏହି ନିଜେ ନିଜେ ଚାନ୍ଦା ଆଦାୟ କରି ଏହି କେନାଲ ବ୍ରିଜ ମରାମତି କରିବାକୁ ନିଷ୍ପତି ନେଇଥିଲେ। ଏହି ବିଷୟରେ ଖବର ପାଇ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ସେବା ସେନାର କର୍ମକର୍ତ୍ତାମାନେ ଆସି ଭାଙ୍ଗିଥିବା କେନାଲ ବ୍ରିଜ୍ ଦେଖିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରି ତତ୍ କ୍ଷଣେ ଏକ ଦାବୀପତ୍ର ଲେଖି ଅଞ୍ଚଳ ବାସୀଙ୍କ ସହ ଯାଇ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ତାପସ୍ କୁମାର ଭୋଇଙ୍କୁ ଏଇ ଦାବୀପତ୍ର ପ୍ରଦାନ କରିଥିଲେ। ଆଜି ବିଡ଼ିଓ, ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ଭାଙ୍ଗି ଯାଇଥିବା କେନାଲ ବ୍ରିଜ ଠାରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ବାଟ କାଡ଼ି ଥିଲେ। ବର୍ତ୍ତମାନ ଚାଷ କାମ ଚାଲିଥିବାରୁ ଚାଷୀଙ୍କ ବିଲକୁ ପାଣି ପହଞ୍ଚି ଗଲେ ଏବେ ପାଇଁ ଚାଷ କାମ ହୋଇଯିବ। ତାପରେ ସ୍ଥାୟୀ ଭାବେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ବିଡ଼ିଓ କହିଛନ୍ତି। ଚାଷୀଙ୍କ ଅଭିଯୋଗ ପରେ ବିଡ଼ିଓଙ୍କ ଏପରି ତପ୍ତରତା କାର୍ଯ୍ୟ ଦେଖି ସ୍ଥାନୀୟ ଲୋକ ବିଡ଼ିଓଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଡ଼ିଓଙ୍କ ଏହି ଗସ୍ତ ସମୟରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଲୋକଙ୍କ ସହ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories