ମାହାଙ୍ଗା ସେବା ସମବାୟ ସମିତି ନିର୍ବାଚନ; ୨୨ରୁ ୨୨ ପୋଛିନେଲା ବିଜେଡି
ସମ୍ବର୍ଦ୍ଧନା ସଭାରେ ଚାଷୀଙ୍କ ସ୍ୱାର୍ଥ ଉପରେ ଗୁରୁତ୍ୱାରୋପ କଲେ ପୂର୍ବତନ ମନ୍ତ୍ରୀ
କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨ଟି ବ୍ଲକରେ ଥିବା ୨୨ ଗୋଟି କୃଷି ସେବା ସମବାୟ ସମିତି ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜୁ ଜନତାଦଳ ସମର୍ଥିତ ସଭାପତି ଏବଂ ଉପସଭାପତି ପ୍ରାର୍ଥୀ ମାନଙ୍କ ବିପୁଳ ବିଜୟ ପରେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏକ ସ୍ୱତନ୍ତ୍ର ଉତ୍ସବରେ ନବ ନିର୍ବାଚିତ ସଭାପତି ମାନଙ୍କୁ ସମ୍ବର୍ଦ୍ଧିତ କରିବା ଦେଖିବାକୁ ମିଳିଥିଲା । ମାହାଙ୍ଗାରେ ୨୨ରୁ ୨୨ ସମବାୟ ସମିତିରେ ଶାସକ ବିଜୁ ଜନତା ଦଳ ବାଜିମାତ କରିଥିବାରୁ ଏହା ଚାଷୀ ମାନଙ୍କ ବିଜୟ ବୋଲି ଶ୍ରୀ ଜେନା କହିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜେନା କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ସମବାୟ ସମିତି ଗୁଡିକ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି କହିଛନ୍ତି । ପ୍ରତ୍ୟେକ କୃଷି ସେବା ସମିତିର ସଭାପତି ମାନେ ଚାଷୀ ମାନଙ୍କୁ ନିଜ ନିଜ ସମବାୟ ସମିତି ଜରିଆରେ କୃଷି ୠଣ, ସାର ଓ ବିହନ ଯୋଗାଇଦେବାକୁ ସେ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମେରେ ସମସରପୁର ସେବା ସମବାୟ ସମିତି ସଭାପତି ପ୍ରଭାତ ଚନ୍ଦ୍ର କାନୁନଗୋ, କୁଣ୍ଡି ସମବାୟ ସମିତି ସଭାପତି ଅଖିଳେଶ ପଦ ମହାନ୍ତି, ମୂଳବସନ୍ତର ଦୀପକ ରଞ୍ଜନ ଦାଶ, ମଉଦାର ସୂର୍ଯ୍ୟ କୁମାର ଦ୍ବିବେଦୀ, ରାହାଣିଆର ଶରତ କୁମାର ମହାପାତ୍ର, କୁସୁପୁରର ପ୍ରଶାନ୍ତ କୁମାର ରାଉତରାୟ, ମାହାଙ୍ଗାର ରଜନୀକାନ୍ତ ପରିଡା, ଗୋପାଳପୁରର ବିବେକାନନ୍ଦ ପାଣି, ହଳଦିଆର ସୁଧୀର କୁମାର ଶତପଥୀ, ନାହାଙ୍ଗର ସନ୍ତୋଷ ମହାପାତ୍ର, ପଲ୍ଲୀସାହି ସେବା ସମବାୟ ସମିତିର ସଭାପତି ଦୀପ୍ତି ରଞ୍ଜନ ନାୟକ, ବନ୍ଧକାଟିଆର ଦିଲ୍ଲୀପ ବିଶ୍ୱାଳ, ବାଲିଆପଦାର ଦିବାକର ସ୍ୱାଇଁ, ଅସୁରେଶ୍ୱରର ମନୋରଞ୍ଜନ ଭୂୟାଁ, ଜିଗ୍ନୀପୁର ବଳଦେବଜୀଉର ଧୀରେନ୍ଦ୍ରନାଥ ବେହେରା, କେନ୍ଦୁପାଟଣାର ସାରଦା ନାୟକ, ନରେନ୍ଦ୍ରପୁରର ମିର୍ଜ୍ଜା ଅବଦୁଲ ବେଗ, ନଗସପୁରର ଅନିଲ ଭୂୟାଁ, ନିଶ୍ଚିନ୍ତକୋଇଲିର ଜଚିନ୍ଦ୍ରନାଥ ସ୍ୱାଇଁ, ଓର୍ତିର ସୁଦାମ ବଳ, ପଲ୍ଲିଶ୍ରୀର ଅଭିରାମ ମଲ୍ଲ, ଶୁକରପଡାର ସଲ୍ଲାଉଦ୍ଦିନ ପ୍ରମୁଖ ୨୨ ଜଣ ନବନିର୍ବାଚିତ ସଭାପତିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଖୁବ ଶୀଘ୍ର ଏହି ସମସ୍ତ ସମବାୟ ସମିତିର ସଭାପତି, ଉପସଭାପତି, ନିର୍ଦ୍ଦେଶକ ଏବଂ ଚାଷୀ ପ୍ରତିନିଧି ମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରାଯିବ ବୋଲି ବିଧାୟକ ସୂଚନା ଦେଇଥିଲେ ।
Comments are closed.