www.samajalive.in
Sunday, December 7, 2025
26.1 C
Bhubaneswar

ମାଡ଼ିଆସୁଛି ସମୁଦ୍ର; ସାଳନ୍ଦୀ ଓ ବୈତରଣୀ ନଦୀ ଉଛୁଳି ଗାଁରେ ପଶିଲା ଜୁଆର ପାଣି, କୁମ୍ଭୀର ଭୟରେ ଯାତାୟାତ ଠପ୍

ଆରଡି:  ଲଘୁଚାପ ପ୍ରଭାବରେ ଗତ ୨ଦିନ ହେବ ଭଦ୍ରକ ଜିଲାର ଜଳଦେଶ ଭାବେ ପରିଚିତ ଚାନ୍ଦବାଲି ସ୍ଥିତ ଧାମରା ଠାରେ ସମୁଦ୍ର ଅଶାନ୍ତ ହୋଇପଡିଛି । ଏପରିକି ସମୁଦ୍ର ଉଚ୍ଚ ଜୁଆର ଢେଉ କୂଳ ଲଂଘି  ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳିବାରେ ଲାଗିଛି । ଫଳରେ ଆରଡି ନିକଟସ୍ଥ  ଶୀତଳପୁର, ପାଲଟପୁର, ସାନପଙ୍କି, କୁଲିବିନ୍ଧା,  ଗରିପୁର ଆଦି ଗାଁ ଚାରିପାଖେ ଜୁଆରପାଣି ଲହଡି ଭାଙ୍ଗୁଛି । ବିଶେଷକରି ଶୀତଳପୁର ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରୁ ଜୁଆରପାଣି ପ୍ରବାହିତ ହେଉଥିବାରୁ ବିଭିନ୍ନ ସମୟରେ ସାଳନ୍ଦୀ ନଦୀରେ ଥିବା ବଡବଡ ହିଂସ୍ର  କୁମ୍ଭୀର ଶୋଇ ରହୁଛନ୍ତି ନଦୀପଠାରେ ।

ଭୟରେ ଗାଁ ଲୋକଙ୍କ ଯାତାୟାତ ଠପ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି। ରାସ୍ତାରେ ଜୁଆର ସମୟ ଠାରୁ ଭଟ୍ଟା ପର୍ଯ୍ୟନ୍ତ ସମୁଦ୍ରପାଣି  ଲହଡି ମାରିବା ଫଳରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ନଯାଇପାରି ଘରେ ରହୁଛନ୍ତି । ସେହିପରି ନଈକୂଳରେ ବସବାସ କରୁଥିବା ୨୦ରୁ ଊର୍ଦ୍ଧ୍ଵ ପରିବାର ଭୟରେ ଜୀବନ ବିତାଉଛନ୍ତି । କିଛିଦିନ ତଳେ ନଦୀବନ୍ଧ ଧସିଯିବା ସହ ଭୂସ୍ଖଳନ ହେବାରୁ ୫ଟି ପରିବାର ବାସହରା ହୋଇଯାଇଥିଲେ ।

- Advertisement -

ଏବେ ସମୁଦ୍ର ଜୁଆର ପାଣି ଦୁର୍ବିସହ କରିଛି । ଏହାସହ ଭୂଇଁପୁର, ନାନ୍ଦପୁର, କୋଇଲିଖା, ବାଙ୍କମୁଆଁ, ପହଣା, ମୁଆଁ, ସନ୍ତରା ଆଦି ଅଞ୍ଚଳରେ ଶହଶହ ଏକର ଧାନତଳି କ୍ଷେତରେ ପାଣି ମାଡିଯାଇ ଗତ ୨ଦିନ ହେବ ଜୁଆରପାଣି ଲହଡି ଭାଙ୍ଗୁଥିବାରୁ ଧାନତଳି ପଚିବା ଆଶଙ୍କା ଦେଖାଦେଇଛି ବୋଲି ଚାଷୀମାନେ କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories