ଶୁକ୍ରବାର ରାଶିଫଳ (୧୫/୦୭/୨୦୨୨)

ମେଷ : ବିନୟ ସ୍ବଭାବର ହୋଇପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପ୍ରଥିତ ପ୍ରତାପୀ ହୋଇପାରନ୍ତି। ଦ୍ବିଜାନୁରକ୍ତ ହେବେ। ଦୃଢ଼ ପୌରୁଷର ଅଧିକାରୀ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।

ବୃଷ : ଧନୀ, ମାନୀ ଓ ଜ୍ଞାନୀ ହୋଇପାରନ୍ତି। ଅଭୀଷ୍ଟ ସିଦ୍ଧି ପାଇଁ ସନ୍ମାର୍ଗୀ ହେବେ। ଗୁଣବତୀ ପତ୍ନୀଯୁକ୍ତ ହେବେ। ସନ୍ତାନ ଲାଭର ସୂଚନା ମିଳୁଛି। କ୍ଷମତାର ସଦ୍‌ ବ୍ୟବହାର କରିବେ।

ମିଥୁନ : ସର୍ବସୁଖ ଭୋଗ କରୁଥିବାବେଳେ ସ୍ବାସ୍ଥ୍ୟହାନିର ସୂଚନା ମିଳୁଛି। ଭ୍ରମଣ ବ୍ୟର୍ଥ ହୋଇପାରେ। ପତ୍ନୀଙ୍କର ବିରାଗଭାଜନ ହୋଇପାରନ୍ତି। ଅଷ୍ଟମ ଭାବରେ ଶନି-ଚନ୍ଦ୍ରଯୁକ୍ତ ହେତୁ ସତର୍କରେ ଚଳିବେ।

କର୍କଟ : ଠାକୁରଙ୍କ ନିକଟରେ ମଧୁର ପ୍ରେମଭକ୍ତି ନିବେଦନ କରିପାରନ୍ତି। ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ଖାଦ୍ୟ, ପେୟ ରୁଚିକର ହେବ। ଅବିବାହିତଙ୍କର ବିବାହ ବିଳମ୍ବ ହେବ।

ସିଂହ : ଋଣମୁକ୍ତ ହେବାର ସୂଚନା ମିଳୁଛି। ଶତ୍ରୁମାନେ ଆପଣାଛାଏଁ ଅପସରି ଯିବେ। ପରୋପକାରୀ ଭାବେ ଜନତାଙ୍କ ପ୍ରିୟଭାଜନ ହେବେ। କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ଶାନ୍ତି ପ୍ରାପ୍ତ ହେବେ।

କନ୍ୟା : ଲେଖାପଢ଼ାରେ ସମୟ ଅତିବାହିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସତ୍‌ସଙ୍ଗରୁ ଶାଶ୍ବତ ଶାନ୍ତିର ସନ୍ଧାନ ମିଳିବ। ଶାସ୍ତ୍ର ବିଚକ୍ଷଣ ହୋଇପାରନ୍ତି।

prayash

ତୁଳା : କୃଷିକର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ଯାନବାହନ ସୁଖ ମିଳିବ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ ସ୍ବାସ୍ଥ୍ୟପ୍ରଦ ହେବ। ଶ୍ରମ ଓ ନିଷ୍ଠାର ମହତ୍ତ୍ବ ଉପଲବ୍ଧ ହେବ।

ବିଛା : ନିରୀହ ପ୍ରକୃତିର ହୋଇପାରନ୍ତି। ସାରାଦିନ ପ୍ରମାଦହୀନ ଅବସ୍ଥାରେ କାର୍ଯ୍ୟ ସମ୍ପାଦନ କରି ସୁଖୀ ହେବେ। ବହୁ ସାଧୁଙ୍କ ସେବାରେ ନିୟୋଜିତ ହୋଇ ଆଶୀର୍ବାଦଯୁକ୍ତ ହେବେ। ମିତ୍ରାର୍ଜନେ ତତ୍ପର ହେବେ।

ଧନୁ : ସ୍ଥାବର ସମ୍ପତ୍ତିରୁ ଧନ ହାତକୁ ଆସିପାରେ। ଯଶ ଅର୍ଜନ ସହିତ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ରସାୟନ ବିଷୟ ଓ ଧର୍ମକ୍ରିୟାରୁ ଧନ ଅର୍ଜନ କରିପାରନ୍ତି। ମତିମାନ୍‌ ଓ ରୂପବାନ୍‌ ହୋଇପାରନ୍ତି।

ମକର : ପରଧନରେ ଧନୀ ହୋଇପାରନ୍ତି । ମହା ବିବାଦ ଭିତରକୁ ଟାଣି ହୋଇଯାଇପାରନ୍ତି। ଖଳ ଲୋକଙ୍କ ଉପରେ ବିଜୟ ହାସଲ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଆହାର ରୁଚିପୂର୍ଣ୍ଣ ହୋଇପାରେ।

କୁମ୍ଭ : ଦେବତା, ବ୍ରାହ୍ମଣ, ସିଦ୍ଧତପସ୍ବୀ, ସାଧୁ ଓ ଶାସ୍ତ୍ରାଦି ଅଭ୍ୟାସ ପାଇଁ ଧନ ବ୍ୟୟ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଶାସନ କ୍ଷେତ୍ରରେ କଠୋରତା ଦେଖାଦେଇ ପାରେ।

ମୀନ : ନାନା ସୁଖର ଅଧିକାରୀ ହେବେ। ବିଶାଳ ଯଶ ଅର୍ଜନ କରି ଜନତାଙ୍କର ପ୍ରିୟପାତ୍ର ହୋଇପାରନ୍ତି। ମୁକ୍ତ ହସ୍ତରେ ଦାନ କରିପାରନ୍ତି। ଶତ୍ରୁମାନଙ୍କୁ ଦମନ କରିବାରେ ସକ୍ଷମ ହେବେ। ସରକାରୀ ଅର୍ଥ ମିଳିବ।

kalyan agarbati

Comments are closed.