www.samajalive.in
Tuesday, December 9, 2025
26.1 C
Bhubaneswar

ଜମି ମାଫିଆଙ୍କ ଉଦ୍ୟମରେ ହଜିବାକୁ ବସିଛି ଗାଁ ଖତାଡ଼ି

ପାତ୍ରପୁର: ଚାଷ ଅଛି ଯାହାର, କେଡ଼େ ସୁଖ ତାହାର, ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର । ଜୟ ଯବାନ ଜୟ କିଷାନ ଭଳି ଉକ୍ତିର ଯାତାର୍ଥତା ସବୁ ଯୁଗରେ ରହିଛି। ଜୀବଜଗତ ବଞ୍ଚିରହିବା ପାଇଁ ଚାଷୀଙ୍କ ଶସ୍ୟ ଅମଳ ଫଳରେ ଏକା ଚଷା ସହସ୍ର ଯିବ ପୋଷା ହେଉଛନ୍ତି। ତେବେ ଚାଷୀ ବିଭିନ୍ନ ଶସ୍ୟ ଅମଳ ପାଇଁ ଥିବା ଉର୍ବର ଜମି ଧୀରେ ଧୀରେ ଜମି ମାଫିଆଙ୍କ ଯୋଗୁଁ ହଜିବାରେ ଲାଗିଛି। ଏକଦା ସବୁଠାରୁ ଉର୍ବର ଜମି କୁହା ଯାଉଥିବା ଗାଁ ପାଖ ଜମି ଗାଁ ଖତାଡି ଏବେ ଏବେ ସ୍ବପ୍ନ ପାଲଟିବାକୁ ବସିଛି। ଗ୍ରାମକୁ ଲାଗି ରହିଥିବା ଜମିକୁ ସାଧାରଣ ବର୍ଷା ହେଲେ ପାଣି ଯାଇ ପ୍ରଥମେ ପଡିଥାଏ। ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିବା ସହ ଖାଦ୍ୟ ପଦାର୍ଥ ଯୋଗାଇ ଚାହିଦା ମେଣ୍ଟାଉଛନ୍ତି। ତେବେ ଚାଷ କାର୍ଯ୍ୟ ପାଇଁ ବ୍ୟବହାର ଗୋବର ଖତ ସଂଗ୍ରହ ନିମନ୍ତେ ବହୁ ସଂଖ୍ୟକ ଗୃହପାଳିତ ପଶୁ ଗାଈ ବଳଦ ଛେଳି ମେଣ୍ଢା ମଇଁଷୀ ରଖୁଥିଲେ। ଏହି ପଶୁମାନଙ୍କପାଇଁ ଗୁହାଳ ନିର୍ମାଣ କରିବା ସହ ଦାଣ୍ଡରେ ଡ଼ଙ୍ଗାରେ ଖାଦ୍ୟ ଯୋଗାଣ କରୁଥିଲେ। ଦାଣ୍ଡରେ ପଶୁଙ୍କୁ ବାନ୍ଧିବା ପରେ ପଶୁଙ୍କ ମଳ, ମୂତ୍ର ଦାଣ୍ଡରେ ପଡୁଥିଲା। ବର୍ଷା ହେଲେ ତାହା ଧୋଇ ହୋଇ ପ୍ରଥମେ ଗ୍ରାମ ନିକଟ ଜମିକୁ ସେହି ପାଣି ଯାଉଥିଲା। ଯାହାରି ଫଳରେ ଗାଁ ପାଣି ମାଡୁଥିବା ଜମି ଉର୍ବର ହେବାସହସେହି ଜମିକୁ ଖାତାଡି କହୁଥିଲେ। ବିନା ସାର ଖତରେ ଜମିରୁ ଭଲ ଅମଳ ହେଉଥିଲା।ଏପରିକି ଜମିର ଉର୍ବରତା ପରିମାଣ ଅଧିକା ରହିଥିବା ଯୋଗୁଁ ଆଗୁଆ ଫସଲ ଲଗାଇଲେ ଗଛ ବଢି ଜମିରେ ଲୋଟିନଷ୍ଟ ହେବା ଆଶଙ୍କା ସୃଷ୍ଟି ହେଉଥିବା ଦେଖି ଚାଷୀ ଏହି ଜମିରେ ବିଳମ୍ବରେ ଫସଲ ଲଗାଇ ଭଲ ଅମଳ କରୁଥିଲେ। ଏବେ ବିଭିନ୍ନ ଗ୍ରାମକୁ ରାସ୍ତାରେ ସଂଯୋଗ ହୋଇଛି। ପକ୍କା ରାସ୍ତା କଡରେ ଥିବା ଖାତାଡି ଜମି ରେ ଏବେ ଘର ନିର୍ମାଣ ବହୁ ମାତ୍ରାରେ ବୃଦ୍ଧିପାଇଛି। ଯାହାକୁ ନେଇ ଜମି ମାଫିଆମାନେ ଏହି ଉର୍ବର ଜମିକୁ ଶାଗ ମାଛ ଦରରେ କିଣି ଘର ତିଆରି ପାଇଁ ପ୍ଲଟ କରି ରାସ୍ତା ବିଜୁଳି ଯୋଗାଇ ଆକର୍ଷଣ କରି ଚଢା ଦରରେ ବିକ୍ରି କରୁଛନ୍ତି। ପାହାଡ଼ ତଳଠାରୁ ଆରମ୍ଭକରି ପ୍ରାୟ ବହୁ ସ୍ଥାନରେ ଏବେ ଘର ତିଆରି ପାଇଁ ପ୍ଲଟ କରୁଥିବା ଲକ୍ଷ କରିବାକୁ ମିଳୁଛି। ଏପରିକି ପ୍ଲଟ ନିର୍ମାଣ ପରେ ଗ୍ରାହକଙ୍କୁ ଜମି ମୂଲ୍ୟରେ ବିକ୍ରିକରୁଛନ୍ତି। ଯାହାରି ଫଳରେ ସରକାର ବହୁ ପରିମାଣର ରାଜସ୍ୱ ହରାଉ ଥିବା ଅଭିଯୋଗ ହେଉଛି। ବିଭିନ୍ନ ଗ୍ରାମରେ ବର୍ଷ ବର୍ଷ ଧରି ଏହି କାରବାର ଚାଲିବା ଫଳରେ ବହୁ ଚାଷ ଜମି ଏବେ ପଡିଆ ପଡୁଛି। ଗୋଟିଏ ପଟେ ଲୋକମାନେ ନିଜର କଳା ଟଙ୍କାକୁ କମ ଦର୍ଶାଇବା ପାଇଁ ସୁଯୋଗ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଉଚିତ ପଦକ୍ଷେପ ଗ୍ରହଣ କଲେ ଗ୍ରାମ ଖତାଡି ହଜିବାରେ ରୋକା ଯାଇପାରିବ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories