ଚନ୍ଦ୍ରଗିରିରେ ଆଦୀମ ଜନଜାତିଙ୍କ ସଂଗ୍ରାହଳୟକୁ ଲୋକାର୍ପିତ କଲେ ଗଜପତି ଜିଲ୍ଲାପାଳ

ଆଦୀମ ଜନଜାତୀ(ସୌରା)ଙ୍କ ସଂସ୍କୃତିକୁ ବଞ୍ଚାଇରଖିବାର ଏକ ପ୍ରୟାସ

ଚାନ୍ଦିପୁଟ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ସୌରା ଉନ୍ନୟନ ସଂସ୍ଥା ପରିସରରେ ବହୁ ପ୍ରତିକ୍ଷିତ ବିଶେଷ ଦୁର୍ବଳ ଶ୍ରେଣୀର ଆଦିବାସୀଙ୍କ ପାରମ୍ପାରିକ ସଂସ୍କୃତି ସଂଗ୍ରାହଳୟ  ଓ ଆଦିବାସୀ ଅଡିଟୋରିୟମ ଲୋକାର୍ପିତ ହୋଇଛି । ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହାକୁ ଉଦଘାଟନ କରିବା ସହ ଏହି ସଂଗ୍ରାହଳୟରେ ଲୋପ ପାଇଯାଉଥିବା ଆଦୀମ ଜନଜାତୀଙ୍କ ସଂସ୍କୃତିକୁ ବଞ୍ଚାଇ ରଖିବାର ଏକ ପ୍ରୟାସ ହେବ ବୋଲି କହିଛନ୍ତି। ବିଶେଷତଃ ବହୁ ପୁରାତନ କାଳରୁ ଆଦିବାସୀ ମାନେ ବ୍ୟବହାର କରିଆସୁଥିବା ବସ୍ତ୍ର, ଶସ୍ତ୍ର, ଅଳଙ୍କାର, ବାଦ୍ୟ ଯନ୍ତ୍ର, ଖାଦ୍ୟ ସାମଗ୍ରୀ ସହ ଅବିକଳ ବାସସ୍ଥାନକୁ ସଂଗ୍ରାହଳୟରେ ସ୍ଥାନୀତ କରାଯାଇଛି । ତେବେ ଏବେ ସମୟ ବଦଳିବା ସହ ସମୟ ସ୍ରୋତରେ ଧିରେ ଆଦିବାସୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଘଟିସାରିଥିବା ହେତୁ ଏବେ ଏହା ବିରଳ ପ୍ରାୟ । ଯାହାକୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ମଧ୍ୟ ବେଶ ଉପକାରୀ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।

prayash

ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିକ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ତରଫୁ ଏହି ସଂଗ୍ରାହଳୟଟି ନିର୍ମାଣ କରାଯାଇଥିବା ବେଳେ ଏହାର ନିର୍ମାଣ ଲାଗି ଅନେକ ଅନୁସଂନ୍ଧାନ କରି ସଂଗୃହିତ କରାଯାଇଛି । ଏହା ସହ ଏହି ସଂଗ୍ରାହଳୟର ସୌନ୍ଦର୍ଯ୍ୟ ବୃଦ୍ଦି ନିମନ୍ତେ ପାରିପାର୍ଶିକ ସୌନ୍ଦର୍ଯ୍ୟକରଣ କରାଯାଇଛି ଯାହା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ଅନେକ କିଛି ଜାଣିପାରିବେ ବୋଲି ଆଶା କରାଯାଉଛି। ଏହା ପରିସରର ଆଦିବାସୀ ମହିଳା ସଂୟ ସହାୟକ ମହିଳାଙ୍କ ମାଧ୍ୟମରେ ପାରମ୍ପାରିକ ଶସ୍ୟରେ ଖାଦ୍ୟ ପ୍ରସ୍ତୁତି ବଜାର ଖୋଲିବାକୁ ଯୋଜନା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା ରହିଛି । ଆଜିର ଲୋକାର୍ପିତ କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆଟିଡିଏ ପ୍ରକଳ୍ପ ପ୍ରଶାସକ ଫାଲ୍ଗୁନି ମାଝି , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ , ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ପଦାଧିକରୀ ବନମାଳି ଭୁୟାଁ , ଓପେଲିପି ପ୍ରକଳ୍ପ ପରିଚାଳକ  ଶ୍ରୀଧର କୁମାର ସାହୁ ଙ୍କ ସମେତ ୨୦୦ ରୁ ଅଧିକ ଚିହ୍ନଟ ଥିବା ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀର  ହିତାଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ୧୦୯ ଟି ଆଦିବାସୀ ଗୋଷ୍ଠୀ ମହିଳାଙ୍କୁ ବାଡିବଗିଚା ଫସଲର ବିକାଶ ପାଇଁ ସହାୟତା ସହ ଜୀବିକା ବୃଦ୍ଧିରେ ସହାୟକ ପାଇଁ ସୈରଶକ୍ତି ଲଣ୍ଠନ ବଣ୍ଟନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ପାରମ୍ପରିକ ଆଦିବାସୀ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିବା ଦଳକୁ ବାଦ୍ୟଯନ୍ତ୍ର ବଣ୍ଟନ କରାଯାଇଥିଲା ।

kalyan agarbati

Comments are closed.