ଦ୍ରୌପଦୀଙ୍କ ସପକ୍ଷରେ ଶିବସେନାର ବହୁ ସାଂସଦ; ସମର୍ଥନ କରିପାରନ୍ତି ଉଦ୍ଧବ ଠାକରେ
ମହାରାଷ୍ଟ୍ର: ଏନଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବଢ଼ୁଛି ସମର୍ଥନ । ଦ୍ରୌପଦୀଙ୍କୁ ସମର୍ଥନ କରିପାରନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶିବସେନା ପକ୍ଷରୁ ଏନେଇ କିଛି ସ୍ପଷ୍ଟ ପ୍ରତିକ୍ରିୟା ଦିଆଯାଇନଥିବା ବେଳେ ଦଳର ଅନେକ ସାଂସଦ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବାକୁ ଇଚ୍ଛୁକ ଥିବା ଜଣାପଡ଼ିଛି । ସୂଚନା ମୁତାବକ ଗତକାଲି ସୋମବାର ଦିନ ଉଦ୍ଧବ ଠାକରେ ଏକ ବୈଠକ ଡକାଇଥିଲେ । ବୈଠକରେ ୧୯ଜଣ ଶିବସେନା ସାଂସଦଙ୍କୁ ଉପସ୍ଥିତ ରହିବା ନେଇ କୁହାଯାଇଥିଲା । ସେଥି ମଧ୍ୟରୁ ୧୧ଜଣ ବୈଠକରେ ଯୋଗ ଦେଇଥିବା ବେଳେ ଅନ୍ୟ ୮ଜଣ ସାଂସଦ ଉପସ୍ଥିତ ନଥିଲେ।
ଏହି ସଭାରେ ଉପସ୍ଥିତ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବା ବିଷୟରେ ସ୍ପଷ୍ଟ ଭାବରେ କହିଥିଲେ । ତାହାସହ ସେ ଆହୁରି କହିଥିଲେ କି, ସାଧାରଣ ବିରୋଧୀ ପ୍ରାର୍ଥୀଙ୍କୁ ଶିବସେନା ସମର୍ଥନ କରନ୍ତୁ । ଆମେ ମୁର୍ମୁଙ୍କୁ ସମର୍ଥନ କରିବା ଉଚିତ୍। ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସେ ନିବେଦନ କରିଛନ୍ତି। ହେଲେ ଉଦ୍ଧବ ତାଙ୍କ ନିଷ୍ପତ୍ତି ଜଣାଇନଥିବା ବେଳେ ଆଗକୁ କ’ଣ ତାଙ୍କର ଆଭିମୁଖ୍ୟ ରହୁଛି ସମସ୍ତଙ୍କର ନଜର ରହିଛି ।
Comments are closed.