ସ୍ଥାନୀୟ ନିଯୁକ୍ତି ଦାବି
ସମ୍ବଲପୁର : ସମ୍ବଲପୁର ଜିଲାରେ ଶିଳ୍ପାନୁଷ୍ଠାନ ସମୁହ ଗଢ଼ି ଉଠିଥିବା ବେଳେ ସ୍ଥାନୀୟ ନିଯୁକ୍ତି କୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଛି । ଏଭଳି ଏକ ଘଟଣାରେ ପଣ୍ଡଲୋଇ ଠାରେ ସ୍ଥିତ ଶ୍ୟାମ ମେଟାଲିକ୍ସ କମ୍ପାନୀରେ ସ୍ଥାନୀୟ ନିଯୁକ୍ତି ଦିଆଯାଉ ନ ଥିବାର ଅଭିଯୋଗ ଜିଲାପାଳଙ୍କ ନିକଟରେ ହୋଇଛି। ସୋମବାର ଜିଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ରେଙ୍ଗାଲି ତହସିଲ ଅର୍ନ୍ତଗତ ନିଶାନଭଙ୍ଗା ଗ୍ରାମ ପଞ୍ଚାୟତର ବେକାର ଯୁବକ, ଯୁବତୀ ମାନଙ୍କୁ ନିଯୁକ୍ତି ଦେବାରେ କମ୍ପାନୀ ଦ୍ୱାରା ଅବହେଳା କରାଯାଇ ଆସୁଛି । କମ୍ପାନୀ ଦ୍ୱାରା ସରକାରଙ୍କ ନୀତି ନିୟମ ନ ମାନି ଓ ସ୍ଥାନୀୟ କିଛି ବ୍ୟକ୍ତିଙ୍କୁ ଧରି ମନଇଚ୍ଛା ବେଆଇନ ଭାବରେ କାର୍ଯ୍ୟକ୍ରମ କରାଯାଇ ଆସୁଛି । ଏଣୁ କମ୍ପାନୀର ମନମୁଖୀ କାର୍ଯ୍ୟକୁ ବନ୍ଦ କରାଯାଇ ସ୍ଥାନୀୟ ନିଯୁକ୍ତି, ପଦୋନ୍ନତି ଓ ଦରମା ବୃଦ୍ଧି ସହିତ ସ୍ଥାୟୀ ଭାବରେ ନିଯୁକ୍ତି ଦିଆଯାଉ ବୋଲି ଅଞ୍ଚଳବାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ପ୍ରଦତ୍ତ ଦାବିପତ୍ରରେ ନିଶାନଭଙ୍ଗା ଗ୍ରାମପଞ୍ଚାୟତର ସରପଞ୍ଚ ସରୋଜ ମେହେରଙ୍କ ଅଞ୍ଚଳବାସୀଙ୍କର ଦସ୍ତଖତ ରହିଛି।
Comments are closed.