ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ବାଙ୍କୀ : ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନାରେ ସୋମବାର ଦିନ ବିଶ୍ୱ ଜନସଂଖ୍ୟା ଦିବସ ବିଭିନ୍ନ ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ଓ ପ୍ରାଥମିକ ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀ କ୍ଷକ ଡାକ୍ତର ଅମରେଶ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୧୪ ଗୋଟି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଂଚାଳନରେ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସଚେତନତା ସଭା, ପଦଯାତ୍ରା ଓ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହିଳା ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟା, ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନୱାଡିକର୍ମୀ, ଗ୍ରାମବାସୀ ଓ ଯୁବ ସମାଜସେବୀ ମାନେ ଉପସ୍ଥିତ ରହି ବିଶ୍ୱ ଜନସଂଖ୍ୟା ଦିବସ ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

prayash

ବନ୍ଦାଳ, କିଆପଲ୍ଲା, ଜଗନ୍ନାଥପୁର,ଅନୁଆରୀ ଓ ଲିମ୍ବେରୀ ପ୍ରମୁଖ କେନ୍ଦ୍ରରେ ବିଶେଷ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିବା ସମ୍ପର୍କରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁ ପ୍ରକାଶ କରିଛନ୍ତି । ସଚେତନତା ସଭାରେ ପ୍ରଥମ ଓ ଦ୍ୱିତୀୟ ପିଲାଙ୍କ ମଧ୍ୟରେ ବ୍ୟବଧାନ ପାଇଁ ଅନ୍ତରା ଇଞ୍ଜେକ୍ସନର ବ୍ୟବହାର, ପୁରୁଷ ଓ ମହିଳା ବନ୍ଧ୍ୟାକରଣ ପଦ୍ଧତି ଗ୍ରହଣ ସମ୍ପର୍କରେ ସ୍ୱାସ୍ଥ୍ୟକର୍ମୀ ମାନେ ଅବଗତ କରାଇଛନ୍ତି।

kalyan agarbati

Comments are closed.