କଣ୍ଟାବାଞ୍ଜି: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟତିଥି ଅବସରରେ ସ୍ଥାନୀୟ ସମାଜ ପ୍ରତିନିଧିଙ୍କ ସଂଯୋଜନାରେ ସରକାରୀ ଡାକ୍ତରଖାନାରେ ଆଜି ସନ୍ଧ୍ୟାରେ କଣ୍ଟାବାଞ୍ଜି ଯୋଗ ସମିତି ଓ ମେଡ଼ିଟେସନ କେନ୍ଦ୍ରର କର୍ମକର୍ତ୍ତାଙ୍କ ତରଫରୁ ସାଧାରଣ ଅନ୍ତ ବିଭାଗୱାର୍ଡ଼, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତୀ ହୋଇ ଚିକିତ୍ସାଧୀନ ଥିବା ରୋଗୀମାନଙ୍କୁ ଫଳ ଏବଂ ଶୁଖିଲା ସୁଷମ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହା ଛଡ଼ା ଡାକ୍ତରଖାନା ପରିସରରେ ଆଶ୍ରୟ ନେଇଥିବା ନିଃସହାୟ ବ୍ୟକ୍ତିଙ୍କୁ ମଧ୍ୟ ଫଳ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଯୋଗ ସମିତି ତରଫରୁ ଯୋଗ ଗୁରୁ ନରୋତ୍ତମ ପଣ୍ଡା, ଗୋବିନ୍ଦ ଭୁଏ, ବିରଞ୍ଚି ନାରାୟଣ ସିଂ, ଅରୁଣ କୁମାର ଜୈନ, ରାକେଶ ଜୈନ, ହିମାଂଶୁ ବାଗ ଖାଦ୍ୟ ବଣ୍ଟନରେ ଉପସ୍ଥିତ ଥିବା ବେଳେ, ସମାଜ ପାଠକ ମଞ୍ଚ ତଥା ପ୍ରକୁତି ବନ୍ଧୁ ଓ ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାସ ବଣ୍ଟନ ସମୟରେ ସହଯୋଗ କରି ଆଗାମୀ ଦିନରେ ଏଭଳି ସେବା କାର୍ଯ୍ୟ ଜାରି ରଖିବା ପାଇଁ ସମାଜ ସ୍ଥାନୀୟ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ।
Popular Categories



