www.samajalive.in
Sunday, December 14, 2025
26.1 C
Bhubaneswar

ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଚୌଦ୍ୱାର : ଚୌଦ୍ୱାର ଥାନା ଇନ୍ଦ୍ରାଣୀପାଟଣା ଗ୍ରାମ ନିକଟରେ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ଟାଙ୍ଗୀ ଥାନା ବିଶ୍ୱନାହାକାଣୀ ପଞ୍ଚାୟତ ଅଞ୍ଜୁଆ ଗ୍ରାମର ଅବକାଶ ପ୍ରଧାନ(୨୩) । ଇନ୍ଦାଣୀପାଟଣା ଗ୍ରାମନିକଟରେ ଥିବା ଫ୍ଲିପ୍‌ କାର୍ଟ ନାମକ କମ୍ପାନୀରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା ଅବକାଶ ସୋମବାର ରାତି ୧୦ଟାରେ କମ୍ପାନୀ ବାହାରକୁ ଆସିଥିବାବେଳେ ରାତିରେ କମ୍ପାନୀ ଭିତରେ ଥିବା ତାଙ୍କ ରହୁଥିବା ଘରକୁ ନଫେରିବାରୁ ତାଙ୍କ ସହକର୍ମୀ ମାନେ କମ୍ପାନୀ ଭିତରେ ଖୋଜା ଖୋଜି କରି ତାଙ୍କୁ ପାଇ ନଥିଲେ । ମଙ୍ଗଳବାର ସକାଳେ କମ୍ପାନୀ ନିକଟରେ ଥିବା ଏକ ଆମ୍ବଗଛରେ ଅବକାଶ ବେକରେ ଗାମୁଛା ବାନ୍ଧି ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି । ପୋଲିସ୍‌ ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।ଅବକାଶଙ୍କ ମୃତ୍ୟୁର ସଠିକ୍‌ କାରଣ ଜଣା ପଡ଼ିନାହିଁ । ଏହା ଏକ ଆତ୍ମହତ୍ୟା କିମ୍ବା ତାଙ୍କୁ କେହି ହତ୍ୟାକରି ଗଛରେ ଟାଙ୍ଗି ଦେଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡ଼ିବ ବୋଲି ପୁଲିସ୍‌ ସୂଚନା ଦେଇଛି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories