ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପରିସରରେ ବିଡ଼ିଓ ଇଶ୍ଵର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ଲକର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ବେହେରା, ମନୋଜ କୁମାର ପଣ୍ଡା, ଅଜୟ କୁମାର, ପ୍ରମୁଖ ଅନ୍ୟ ଯନ୍ତ୍ରୀ ଓ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନଙ୍କ ଉପସ୍ଥିତିରେ ବ୍ଲକ ଅଞ୍ଚଳର ମନରେଗା କାର୍ଯ୍ୟ, କେନ୍ଦ୍ରୀୟ ଅର୍ଥ ଅନୁଦାନ, ରାଜ୍ୟ ଅର୍ଥ ଅନୁଦାନ ଅର୍ଥ ସହ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା।
Popular Categories



