www.samajalive.in
Monday, December 15, 2025
16.1 C
Bhubaneswar

ମେଡିକାଲ କଲେଜ ଦାବିରେ ମହାସମାବେଶ

କୋରାଇ : ଯାଜପୁର ଜିଲାର କେନ୍ଦ୍ରସ୍ଥଳ ପାଣିକୋଇଲିଠାରେ ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ରବିବାର ଏକ ମହାସମାବେଶ ଅନୁଷ୍ଠିତ ହୋଇଥିଲା। ସଭାରେ କୋରାଇ, ରସୁଲପୁର, କୁଆଖିଆ, ବଣଚଣା, ଦାନଗଦି, ସୁକିନ୍ଦା ଆଦି ଅଞ୍ଚଳରୁ ରାଜନୈତିକ ନେତା, ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ। ରାଜ୍ୟ ଓ କେନ୍ଦ୍ର ସରକାର ଯଦି ସାମୂହିକ ସୁବିଧାକୁ ଜଳାଞ୍ଜଳି ଦେଇ ଅନ୍ୟକୌଣସି ଫାଇଦାଲାଗି ପାଣିକୋଇଲିରେ ମେଡିକାଲ କଲେଜ ପ୍ରତିଷ୍ଠା ନ କରନ୍ତି ତା’ହେଲେ ଆଗାମୀ ଦିନରେ ରେଳପଥ ଏବଂ ଜାତୀୟ ରାଜପଥକୁ ଅବରୋଧ କରାଯିବ। ଏଥିସହିତ ଜିଲା କାର୍ଯ୍ୟାଳୟଠାରୁ ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା ଏବଂ ଜେଲଭରୋ ଆନ୍ଦୋଳନ କରାଯିବ ବୋଲି ବକ୍ତାମାନେ ଚେତାବନୀ ଦେଇଛନ୍ତି।
ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଆବାହକ ରଣୀଧର ଘଡାଇଙ୍କ ସଭାପତିତ୍ୱରେ ଏକ ମହାସମାବେଶ ଅନୁଷ୍ଠିତ ହୋଇଥିଲା। ରାକେଶ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଡା. ନିର୍ମଳ ରଥ ଆନ୍ଦୋଳନର ସୂଚନା ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ମିଳିତ ସହଭାଗିତାରେ ଯାଜପୁର ଜିଲାରେ ମେଡିକାଲ କଲେଜ ପାଇଁ ଘୋଷଣା ହୋଇଛି। ପାଣିକୋଇଲି ଢେଙ୍କାନାଳ, ଭଦ୍ରକ ଓ ଯାଜପୁର ଜିଲାର କେନ୍ଦ୍ରସ୍ଥଳ ହୋଇଥିବାରୁ ଏଠାରେ ମେଡିକାଲ କଲେଜ ହେଲେ ଲୋକେ ଉପକୃତ ହୋଇପାରିବେ ; ମାତ୍ର ଯାଜପୁର ଜିଲା ସଦରମହକୁମା ବା ଜିଲା ଚିକିତ୍ସାଳୟରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ସରକାରୀ ବ୍ୟବସ୍ଥାନୁଯାୟୀ ଏହା ୧୦ କି.ମି ପରିଧି ମଧ୍ୟରେ କରାଯିବା କଥା; କିନ୍ତୁ ଜିଲା ପ୍ରଶାସନ ତଞ୍ଚକତା କରି ଡିଏମଏଫ ଫଣ୍ଡକୁ ବେଆଇନଭାବେ ଜମିକିଣାରେ ଖର୍ଚ୍ଚ କରିବାରେ ଲାଗିପଡିଛନ୍ତି। ପାଣିକୋଇଲିର ପଥରପଦା, ଓଚିନ୍ଦା ଓ ପାଣିକୋଲି ମୌଜାରେ ପର୍ଯ୍ୟାପ୍ତ (୧୬୭ଏକର) ପରିମାଣରେ ସରକାରୀ ଜମି ରହିଛି। ତେଣୁ ପାଣିକୋଇଲିଠାରେ ମେଡିକାଲ କଲେଜ କାହିଁକ ନହେବ ସେ ନେଇ ବକ୍ତାମାନେ ପ୍ରଶ୍ନ କରିଛନ୍ତି। ସ୍ୱର୍ଗତ ବିଜୁ ବାବୁ ଜିଲା ସଦରମହକୁମା ପାଣିକୋଇଲିଠାରେ କରାଯିବାକୁ ନିଷ୍ପତ୍ତି ନେଇ ଯଯାତିନଗର ନାମକରଣ କରିଥିଲେ। ଏସପିଙ୍କ କାର୍ଯ୍ୟାଳୟ ପାଣିକୋଇଲିରେ ଥିବାବେଳେ ତଞ୍ଚକତା କରାଯାଇ ଯାଜପୁରରେ ଜିଲାପାଳ କାର୍ଯ୍ୟାଳୟ କରାଯିବାରୁ ବିଜୁ ବାବୁଙ୍କ ସ୍ୱପ୍ନକୁ ଅଧୁରା ରଖାଗଲା। ତେଣୁ ପାଣିକୋଇଲିରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ବିଜୁ ବାବୁଙ୍କ ସ୍ୱପ୍ନ ସାକାର ହୋଇପାରିବ ବୋଲି ବ୍ୟାସନଗରର ପୂର୍ବତନ ନଗରପାଳ ହୃଷୀକେଶ ରାଉତ ମତବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସିପିଏମ ରାଜ୍ୟ ସମ୍ପାଦକ ସନ୍ତୋଷ ଦାସ, ବ୍ୟାସନଗର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡା, ବ୍ୟାସନଗର କ୍ରିୟାନୁଷ୍ଠାନ କମିଟିର ଆବାହକ ଚନ୍ଦ୍ରଶେଖର ପଣ୍ଡା, ବରିଷ୍ଠ ଆଇନଜୀବୀ ବିବେକାନନ୍ଦ ମହାନ୍ତି, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ପଦ୍ମାକର ଗୁରୁ, ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରା, ସିପିଏମ ଜିଲା ସମ୍ପାଦକ ପ୍ରଫୁଲ୍ଲ ନାୟକ, ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ସୁରେନ୍ଦ୍ର ରାୟ, ବରୁଣ୍ଡାଇ ଆଞ୍ଚଳିକ ପରିଷଦର କାଳିନ୍ଦୀ ଜେନା, ଧର୍ମଶାଳାର କାହ୍ନୁଚରଣ ଦାସ, ଯାଜପୁର ଏକତା ମଂଚର ସଭାପତି ଗୟାଧର ମଲ୍ଲିକ, ବ୍ୟାସନଗର ବିଜେଡି ସଭାପତି ବ୍ରଜକିଶୋର ରାଉତ, ପାଣିକୋଇଲି ସରପଞ୍ଚ କାର୍ତ୍ତିକଚନ୍ଦ୍ର ପଣ୍ଡା, କୃଷକ ନେତା ବଳରାମ ସାହୁ, ଅଦ୍ୱୈତ ଚରଣ ଦାଶ, ସୂର୍ଯ୍ୟମଣି ପଣ୍ଡା, କିନ୍ନର ସଂଘର ସଭାପତି କାଜଲ କିନ୍ନର, କଂଗ୍ରେସ ବ୍ଲକ ସଭାପତି ମଧୁସୂଦନ ସାହୁ, ବରିଷ୍ଠ ନେତା ହରେକୃଷ୍ଣ ସାହୁ, ବ୍ୟାସନଗର ପୂର୍ବତନ ଉପାଧ୍ୟକ୍ଷ ପ୍ରମୋଦ ପରିଡା, ସମିତିସଭ୍ୟ ସେକ ଜହର ଅଲ୍ଲୀ, ପୀତାମ୍ବର ନନ୍ଦ ପ୍ରମୁଖ ଯୋଗଦେଇ ପାଣିକୋଇଲିରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜଣାଇଥିଲେ। ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଘନଶ୍ୟାମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମହାସମାବେଶରେ ପ୍ରାୟ ୭ହଜାରୁ ଊର୍ଦ୍ଧ୍ବ ଛାତ୍ର, ଯୁବକ, କୃଷକ, ଶ୍ରମିକ, ଶିକ୍ଷାବିତ୍‍, ବୁଦ୍ଧିଜୀବୀ ଯୋଗଦେଇଥିଲେ। ଆଗାମୀ ଦିନରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ଆହୁରି ଜୋର୍‍ଦାର କରାଯିବ ବୋଲି ଆହ୍ୱାନ ଦିଆଯାଇଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories