www.samajalive.in
Sunday, December 7, 2025
26.1 C
Bhubaneswar

ଏହି ଉପାୟରେ ବୟସର ପ୍ରଭାବ କମିବା ସହ ଚମକିବ ତ୍ୱଚା

ବୟସ ବଢିବା ସହ ତ୍ୱଚାରେ ଏହାର ପ୍ରଭାବ ଦେଖାଯାଇଥାଏ। କୌଣସି ଯୁବତୀ କିମ୍ବା ମହିଳା ଏହାକୁ ପସନ୍ଦ କରନ୍ତି ନାହିଁ। ପ୍ରତ୍ୟେକଙ୍କୁ ଉଜ୍ଜ୍ୱଳ, ସୁନେଲି ,ଦାଗ ହୀନ ଓ ଗୋରା ରଙ୍ଗ ହିଁ ପସନ୍ଦ। ଜାଣନ୍ତୁ ଆୟୁର୍ବେଦରେ ଏଭଳି କିଛି ସରଳ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ତ୍ୱଚା ଚମକିବା ସହ ବୟସର ପ୍ରଭାବକୁ କମ କରିଥାଏ।
ତ୍ରିଫଳା ଖାଆନ୍ତୁ –ତ୍ରିଫଳା ଅର୍ଥାତ ଅଁଳା,ହରିଡା ଓ ବାହାଡାକୁ ତ୍ରିଫଳା କୁହାଯାଏ। ଏହାର ଗୁଣ୍ଡ ପ୍ରସ୍ତୁତ କରି ସେବନ କଲେ ବୟସ ବୃଦ୍ଧି ପ୍ରଭାବକୁ କମ କରିଥାଏ। ଏହା ରକ୍ତକୁ ପରିଷ୍କାର କରିବାରେ ସହାୟକ ହୋଇଥାଏ। ଏହାକୁ ସେବନ କରିବାର ସବୁଠାରୁ ସହଜ ଉପାୟ ହେଉଛି ଏହାକୁ ଅଳ୍ପ ପରିମାଣରେ ଏକ ଚାମଚ ମହୁ ସହ ପାଣି ସହ ସେବନ କରନ୍ତୁ।
ଆୟୁର୍ବେଦ ଅନୁଯାୟୀ ଘିଅ ମଧ୍ୟ ଉପକାରୀ। ଏହା ତ୍ୱଚାର ଅନେକ ସମସ୍ୟାକୁ ଦୂର କରିଥାଏ। ଘିଅ ବ୍ୟବହାର ଦ୍ୱାରା ତ୍ୱଚାକୁ ପର୍ଯ୍ୟାପ୍ତ ପରିମାଣରେ ପୋଷଣ ମିଳିଥାଏ। ତ୍ୱଚାର ରଙ୍ଗ ଗୋରା ହୋଇଥାଏ।
ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ପେଟ ସଫା ରଖିବାକୁ ଚେଷ୍ଟା କରିବା ସହ ବାହାରର ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ।
ପ୍ରତିଦିନ ୩୦ ମିନିଟ୍‍ ଯାଏଁ ବ୍ୟାୟାମ କରନ୍ତୁ। ଏହାକ ଶରୀର ସହ ମନକୁ ମଧ୍ୟ ସୁସ୍ଥ ରଖିଥାଏ । ଫଳରେ ତ୍ୱଚାର ଚମକ ବୃଦ୍ଧି ପାଇଥାଏ।
ଶରୀର ସୁସ୍ଥ ରହିବା ଦ୍ୱାରା ହିଁ ତ୍ୱଚା ସୁସ୍ଥ ରହିଥାଏ। ନିୟମିତ ସଠିକ ବ୍ୟବଧାନରେ ପାଣି ପିଇବା ଦ୍ୱାରା ହିଁ ଶରୀର ସୁସ୍ଥ ରହିଥାଏ। ପ୍ରତ୍ୟେକ ଦିନ ୪ରୁ ୫ ଲିଟର ପାଣି ପିଅନ୍ତୁ। ଏହା ଜଳୀୟ ଅଂଶର ଅଭାବ ହେବାକୁ ଦେଇନଥାଏ ଓ ରକ୍ତ ସଞ୍ଚାଳନ ସଠିକ ଭାବେ କରିଥାଏ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories