www.samajalive.in
Monday, December 15, 2025
24.1 C
Bhubaneswar

‘ସମାଜ’ ପକ୍ଷରୁ ଗରିବ ଅସହାୟଙ୍କୁ ଛତା ବଣ୍ଟନ

ଫୁଲବାଣୀ:ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟତିଥି ଅବସରରେ ‘ସମାଜ’ ପକ୍ଷରୁ ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ସେବା ଓ ସେବକ ସପ୍ତାହ ପାଳନ ଅବସରରେ ଫୁଲବାଣୀ ସହରର ନୂଆସାହି ଛକସ୍ଥିତ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ କିଛି ଗରିବ ଅସହାୟ ଲୋକଙ୍କୁ ସମାଜ ଓ ପ୍ରେସ କ୍ଲବ ପକ୍ଷରୁ ଛତା ବଣ୍ଟନ କରାଯାଇଥିଲା। ଏଥିରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ‘ସମାଜ’ ଜିଲା ପ୍ରତିନିଧି ଅଶୋକ ମହାନ୍ତି, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ରାଧାମୋହନ ମହାପାତ୍ର, ଅଚ୍ୟୁତ ସେଠୀ, ଟିମ ହୁମାନୀଟିର ପ୍ରଶାନ୍ତ ପାଣିଗ୍ରାହୀ, ଅନୁପ ବିକ୍ରମ ପାତ୍ର, ସାଇରାମ ପାତ୍ର, ଗୌର ଚନ୍ଦ୍ର ସାହୁ, ସୁଧୀର ମହାରଣା ପ୍ରମୁଖ ଉପସ୍ଥିତ ରହି ଛତା ବଣ୍ଟନ କରିଥିଲେ। ବର୍ଷା ଦିନରେ ଛତା ସେମାନଙ୍କୁ ଯିବା ଆସିବାରେ ବହୁତ ସାହାଯ୍ୟ କରିବ ବୋଲି କହିବା ସହ ଛତା ଟିଏ ପାଇଵା ପରେ ସେମାନଙ୍କ ମୁହଁରେ ହସ ବେଶ ବାରି ହୋଇପଡୁଥିଲା। ଆଉ ସମାଜ ସଂସ୍ଥା ସହ ଜିଲା ପ୍ରେସ କ୍ଲବର ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଏଭଳି କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ।

ଏହି ସେବା ସପ୍ତାହର ପଞ୍ଚମ ଦିନରେ ଜିଲା ଶିଳ୍ପ ଅନୁଷ୍ଠାନ ପରିସରରେ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୋପବନ୍ଧୁଙ୍କୁ ବିଷୟରେ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା। ଏଥିରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆଇଟିଆଇ ସମ୍ମିଳନୀ କକ୍ଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସ୍ୱାତୀ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ, ଆଇଟିଆଇ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠୀ, ସମାଜ ଜିଲା ପ୍ରତିନିଧି ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇ ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାଲାଗି ପରାମର୍ଶ ଦେବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories