www.samajalive.in
Sunday, December 14, 2025
17.1 C
Bhubaneswar

ଅର୍ଥ ଅଭାବରୁ ନିର୍ମାଣ କାର୍ଯ୍ୟ ବନ୍ଦ, ଜେଏମ୍ଏଫସି କୋର୍ଟ ଖୋଲିବାରେ ବିଳମ୍ବ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବେଗୁନିଆରେ ଜେଏମ୍ଏଫସି କୋର୍ଟ ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ଭିତ୍ତିଭୂମି ଅନୁଧ୍ୟାନ କରିବା ପରେ ୨୦୧୭ ମସିହାରେ ସରକାର ଏଠାରେ କୋର୍ଟ ଖୋଲିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ । କିନ୍ତୁ କୋର୍ଟ ଖୋଲିବା ପାଇଁ ସ୍ଥିର ହୋଇଥିବା କୋଠାଟି ପରିତ୍ୟକ୍ତ ଅବସ୍ଥାରେ ପଡିଥିବାବେଳେ ଅର୍ଥ ଅଭାବରୁ ମରାମତି ହୋଇ ପାରି ନଥିଲା । ପୂର୍ବତନ ଖୋର୍ଦ୍ଧା ଜିଲ୍ଲାଜଜ ବାରମ୍ବାର ବେଗୁନିଆ ଆସି ପ୍ରସ୍ତାବିତ ଗୃହ ପରିଦର୍ଶନ କରି ସମ୍ପୃକ୍ତ ଗୃହର ମରାମତି କରିବା ପାଇଁ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିବାବେଳେ ପ୍ରଶାସନିକ ଅନାଗ୍ରହ ଯୋଗୁଁ କୋଠାର ମରାମତି କାର୍ଯ୍ୟ ହୋଇ ପାରିନଥିଲା। ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ରାଜନୈତିକ ଇଛା ଶକ୍ତିର ଅଭାବ ଏବଂ ପ୍ରଶାସନିକ ଉଦାସୀନତା ଯୋଗୁଁ କୋର୍ଟ ଖୋଲିବା ନେଇ ଅନିଶ୍ଚିତତା ପ୍ରକାଶ ପାଇଥିଲା । ଜିଲ୍ଲାଜଜ ଶ୍ୟାମ ସୁନ୍ଦର ଦାଶ ଏବଂ କୋର୍ଟ ମ୍ୟାନେଜରଙ୍କ ଘନ ଘନ ଗସ୍ତ ଫଳରେ ୨୦୨୦ରେ କୋଠାର ମରାମତି କାର୍ଯ୍ୟ ବ୍ଲକ କରି ପାରି ନଥିବା ବେଳେ ସମ୍ପୃକ୍ତ କୋଠାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିଥିଲା ।
ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଏହି କୋଠାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ଗତ ବର୍ଷ ଅଗଷ୍ଟ ମାସ ସୁଦ୍ଧା କାର୍ଯ୍ୟ ଶେଷ ହେବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବିଭାଗ ପକ୍ଷରୁ ବିଳମ୍ବରେ କାର୍ଯ୍ୟ ଆରମ୍ଭ କରାଯାଇ ଡିସେମ୍ବର ମାସରୁ ଅର୍ଥ ଅଭାବରୁ କାର୍ଯ୍ୟ ବନ୍ଦ ରହିଛି । ଆଉ କିଛି କାର୍ଯ୍ୟ ବାକି ରହିଯାଇଥିବାବେଳେ ସେଥିପାଇଁ ଅର୍ଥର ଅଭାବ ଦେଖା ଦେଇଛି । ଅର୍ଥ ଅଭାବରୁ ଜାନୁଆରୀ ମାସରୁ କାର୍ଯ୍ୟରେ ଅଗ୍ରଗତି ହୋଇପାରୁ ନାହିଁ । ଏଥିପାଇଁ ମଧ୍ୟ ଜିଲ୍ଲା ଜଜ କୋର୍ଟ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ କେହି ତତ୍ପରତା ପ୍ରକାଶ କରୁନାହାନ୍ତି । ଅନ୍ୟପଟେ ଅର୍ଥ ଅଭାବରୁ କୋଠାର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ କୋର୍ଟ ଖୋଲିବାରେ ବିଳମ୍ବ ଘଟୁଥିବାବେଳେ ଆଦର୍ଶ ବିଦ୍ୟାଳୟ ସାମନାରେ ନୂତନ କୋର୍ଟ କୋଠା ନିର୍ମାଣ ହେବା ପାଇଁ ରହିଥିବା ସ୍ଥାନରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଚେରୀ ନିର୍ମାଣ କରିସାରିଲାଣି । କୋଠା ନିର୍ମାଣ କାର୍ଯ୍ୟ ଠିକ ସମୟରେ ଶେଷ ହେଉନଥିବାରୁ କୋର୍ଟ ଖୋଲିବାରେ ବିଳମ୍ବ ଘଟୁଛି । ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories