www.samajalive.in
Monday, December 15, 2025
27.1 C
Bhubaneswar

ନବରଙ୍ଗପୁରରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଉତ୍ସବମୁଖର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ମହାମାରୀ କରୋନା ସଂକ୍ରମଣ କାରଣରୁ ଗତ ଦୁଇ ବର୍ଷ ହେଲା ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ଶ୍ରୀଜୀଉଙ୍କ ଦେବସ୍ନାନ, ଘୋଷଯାତ୍ରା ଓ ନିଳାଦ୍ରୀବିଜେ ସମସ୍ତ ନୀତିକାନ୍ତି କେବଳ ବିନା ଭକ୍ତରେ ମନ୍ଦିର ଭିତରେ କରାଯାଇଥିଲା। ଚଳିତ ବର୍ଷ ସମସ୍ତ ଭକ୍ତଙ୍କ ଗହଣରେ ପାଳିତ ହେଲା ଶ୍ରୀଜୀଉଙ୍କ ରଥ ଯାତ୍ର। ଆଜି ପ୍ରାତଃ ୬ଘଣ୍ଟା ସମୟରେ ସୂର୍ୟ୍ୟ ପୂଜା ହୋଇ ରଥ ପ୍ରତିଷ୍ଠା ନୀତି ଆରମ୍ଭ ହୋଇଥିଲା ହୋଇଥିଲା। ସକାଳ ୯.୩୦ ସମୟରେ ଗୋଟି ପହଣ୍ଡି ନୀତି ରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ର।, ଶ୍ରୀ ଜଗନ୍ନାଥ ଓ ଶ୍ରୀ ସୁଦର୍ଶନଙ୍କୁ ମନ୍ଦିରରୁ ପହଣ୍ଡିରେ ଆଣି ରଥାରୂଢ କରାଯାଇଥିଲା। ପରେ ଛେରା ପହଁରା କରାଯାଇଥିଲା।

ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଦକ୍ଷିଣ ଆରତୀ କରାଯାଇ ଅପରାହ୍ନ ୨.୩୦ ପର୍ୟ୍ୟନ୍ତ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଅପରାହ୍ନ ୩.୩୦ରୁ ଶ୍ରୀଜୀଉଙ୍କ ଆରତୀ କରାଯାଇ ରଥ ଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬.୩୦ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥିଲେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ସମୟରେ ନାମ ସଂକୀର୍ତନ। ଭଜନ ପରିବେଷଣରେ ସହର ଉତ୍ସବ ମୁଖର ହୋଇଥିଲା।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories