www.samajalive.in
Monday, December 15, 2025
16.1 C
Bhubaneswar

ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଶିଶୁ ଗୁରୁତର

ଦେବଗଡ଼଼: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବରଡାନାଳି ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ ୮ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବରଡାନାଳୀ ଗ୍ରାମର ଜିଲୁ ମାଝୀଙ୍କ ପୁଅ ମୁନା ମାଝୀ (୮) ସାଙ୍ଗସାଥୀଙ୍କ ସହ ଗାଁ ମୁଣ୍ଡରେ ଥିବା ଏକ ନିର୍ମାଣାଧିନ କୋଠାର ଛାତ ଉପରେ ଚଢି ଖେଳୁଥିଲେ। ଏହି ସମୟରେ ମୁନା ଉକ୍ତ ଅର୍ଦ୍ଧନିର୍ମିତ କୋଠା ଉପରେ ଯାଇଥବା ଜୀବନ୍ତ ବିଦ୍ୟୁତ ତାରକୁ ଦୋଳି ଭାବି ତହିଁରେ ଝୁଲିପଡ଼ିବାରୁ ତଙ୍କର ଦୁଇଟି ଯାକ ପାପୁଲି ଏବଂ ୨ ହାତର ବିଭିନ୍ନ ଅଂଶ ଗୁରୁତର ଭାବେ ପୋଡିଯିବା ସହ ସେ ବିଦ୍ୟୁତ କରେଂଟରେ ଛାତ ଉପରକୁ ଛିଟିକି ପଡ଼ିଥିଲେ।

ମୁନାକୁ ଉଦ୍ଧାର କରି ଚକିତ୍ସା ନିମନ୍ତେ ପ୍ରଥମେ ଛତାବର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଦେବଗଡ଼ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ମୁନାଙ୍କ ଦୁଇଟି ଯାକ ପାପୁଲିରେ ଗଭୀର କ୍ଷତ ହୋଇଯାଇଥିବାରୁ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିବାର ଆଶଙ୍କା ଥିବାରୁ ଉପଯୁକ୍ତ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଚନ୍ଦନଖୁଂଟି ଗ୍ରାମର ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ଘଟିବା ସହ ଜାଆଁଳା ଭାଇ ଗୁରୁତର ଆହତ ହୋଇଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories