www.samajalive.in
Sunday, December 7, 2025
26.1 C
Bhubaneswar

ଉତ୍କଳମଣି ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି 

ଫୁଲବାଣୀ :ବୁଧବାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟତୀଥି ଅବସରରେ ସକାଳ ୮ଟାରେ ଫୁଲବାଣୀ ଗୋପବନ୍ଧୁ ଛକ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ କରାଯ।ଇଥିଲା । ଏଥିରେ ସଦର ଏସ୍ଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ, ମୂଖ୍ୟ ଅତିଥୀ ଭାବେ ଯୋଗଦେଇଥିବା ବେଳେ, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ସମ୍ମ।ନୀତ ଅତିଥୀ ଭାବେ ଯୋଗ ଦେଇ ପୁଷ୍ପମାଲ୍ୟାର୍ପଣ କରି ଥିଲେ ।
ସେହିପରି ଅନ୍ୟମାନଙ୍କ ମଧରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ସମାଜ ପ୍ରତିନିଧି ଅଶୋକ ମହାନ୍ତି, କିସ ସଂଯୋଜକ ଭାଗିରଥି ସେଠି, ବନଜ୍ୟୋଷ୍ଣ ସମ୍ପାଦକ, ତଥା ସାମ୍ବାଦିକ କାନହୂ  ଶତପଥି, ସମାଜସେବୀ ଅଶୋକ ପ୍ରଧାନ, ଟିମ ହୁମାନୀଟି ପକ୍ଷରୁ ଲୋକନାଥ ରାଜୁ,ସାଇରମ ପାତ୍ର, ଅରବିନ୍ଦ ବେହେରା, ଅନୁପ ପାତ୍ର, ରିତେଶ ସାହୁ, ଅମର ପାତ୍ର, ଏସ କେ, ସାକୀର, ଅମର ଜ୍ୟୋତି ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ପୁଷ୍ପମାଲ୍ୟ।ର୍ପଣ କରିଥିଲେ । ସମାଜ ଓ ପ୍ରେସକ୍ଲବ ପକ୍ଷରୁ ମିଳିତ ଉଦ୍ୟମରେ ସେବା ଓ ସପ୍ତାହ ପାଳନ କରାଯାଉଛି  । ସ୍ଵାତି ଓ ଟିମ ହୁମାନୀଟି ସହଯୋଗ କରୁଛନ୍ତି  । ସେହିପରି ଏହି ଅବସରରେ ରକ୍ତଭଣ୍ଡାର ଠାରେ ଆୟୋଜିତ ରକ୍ତଦାନ ଶିବିରକୁ ପ୍ରକଲ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ, ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ, ନିର୍ବ।ହୀଅଧିକାରୀ ବଳଦେବ ବେହେରା ପ୍ରମୁଖ ଯୋଗ ଦେଇ ଉତ୍ସାହିତ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories