www.samajalive.in
Saturday, December 6, 2025
26.1 C
Bhubaneswar

ନବବିବାହିତାଙ୍କ ମୃତଦେହ ଉଦ୍ଧାର ଘଟଣା ; ସ୍ୱାମୀ ଗିରଫ

ଫୁୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ଗ୍ରାମ ନିକଟରୁ ଗତ ୨ ତାରିଖ ଦିନ ଏକ ଆମ୍ବଗଛରୁ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ଏହି ଘଟଣାରେ ମୃତ ମହିଳାଙ୍କ ପରିବାର ପକ୍ଷରୁ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଦର୍ଶାଇ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୁଲିସ୍ ପ୍ରଥମେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରା ଉଚରା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।
ଖବର ପ୍ରକାର , ମୃତ ମହିଳା ଜଣକ ବନ୍ଧଗଡ ଗ୍ରାମର ଦିନେସ ଦେହୁରି ଙ୍କ ସ୍ତ୍ରୀ ସରିତା ଦଳବେହେରା ବୋଲି ଜଣାପଡିଥିବା ବେଳେ ସେ ଗତ ୬ ମାସ ତଳେ ବିବାହ କରିଥିଲେ ।  ତାଙ୍କ ବାପାଙ୍କ ଘର କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକର ବାରଖମା ଫାଣ୍ଡି ଅନ୍ତର୍ଗତ ଜାର୍ଗିଭଟା ଗ୍ରାମରେ। ମୃତ ମହିଳା ଜଣକ ମଙ୍ଗଳବାର ଭୋରରୁ ସମସ୍ତ ଘରକାମ ସାରି ପାଣି ଆଣିବା ପାଇଁ ବାହାରକୁ ଆସି ଆଉ ଘରକୁ ଫେରିନଥିଲେ। ଘର ଲୋକ ବହୁ ଖୋଜାଖୋଜି କଲାପରେ ଗାଁ ପାଖ ଜଙ୍ଗଲ ଭିତରେ ଥିବା ଏକ ଆମ୍ବଗଛ ରେ ମହିଳା ଜଣକ ଝୁଲୁଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେସଙ୍ଗେ ଫିରିଙ୍ଗିଆ ପୁଲିସ୍ ପହଞ୍ଚି ମାଜିଷ୍ଟ୍ରେଟଙ୍କ  ଉପସ୍ଥିତିରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ମୃତ ମହିଳାଙ୍କ ପରିବାର ଲୋକ ନିଜ ଝିଅକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ଫିରିଙ୍ଗିଆ ଥାନାରେ ମହିଳାଙ୍କ ଦାଦା ବୃଷଭ ଅମାତ ଏକ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଦାଦାଙ୍କ ଏତଲା ଅଧାରରେ  ଫିରିଙ୍ଗିଆ ଥାନାରେ ୧୧୭ା୨୨ରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇବା ସହ ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିବା ପ୍ରକାଶ। ମଦ୍ୟପ ସ୍ୱାମୀର ନିର୍ଯାତନା ସହିନପାରି ନବ ବିବାହିତ ଜଣକ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଅନ୍ୟପଟେ ଦୁଇଦିନ ଧରି ଥାନାରେ ଅଟକ ରଖିଥିବା ମୃତ ମହିଳାଙ୍କ ସ୍ୱାମୀ ଦିନେସ ଦେହୁରିକୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories