ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ସ୍ଥାନୀୟ ବଜାର ଅଞ୍ଚଳରେ ଖାଦ୍ୟସୁରକ୍ଷା ନିଶାନିବାରଣ ଏବଂ ଅବକାରି ବିଭାଗ ପକ୍ଷରୁ ମିଳିତ ଭାବେ ଅଚାନକ ଚଢାଉ କରାଯାଇଥିବା ବେଳେ ୧୮ ଟି ଦୋକାନ ରୁ ୩୫୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଛି। ଆଗାମୀ ଦିନରେ ବେଆଇନ୍ ଭାବେ ଗୁଟଖା ତମାଖୁ ବିକ୍ରି କଲେ ଅଧିକ ଫାଇନ ଆଦାୟ କରାଯିବା ସହିତ ଦୋକାନୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଚେତାବନୀ ଦେଇଛନ୍ତି।
ଏନେଇ ପ୍ରତି ମାସରେ ଅଚାନକ ଚଢାଉ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ଉପପରିଚାଳକ ଅଶୋକ କୁମାର୍ ସାହୁ ଅବକାରୀ ବିଭାଗର ଏନ୍ ଜାଗିନ୍ ରାଓ,କଂଗ୍ରେସ ବେହେରା ଏବଂ ଫୁଡ୍ ସେଫ୍ଟି ଆସିଷ୍ଟାଣ୍ଟ ପ୍ରମୁଖ ସାମିଲ୍ ଥିବା ବେଳେ ଖଜୁରୀପଡ଼ା ପୁଲିସ ବାହିନୀ ସାମିଲ୍ ହୋଇ ସହଯୋଗ କରିଥିଲେ।