www.samajalive.in
Monday, December 15, 2025
17.1 C
Bhubaneswar

ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉଦଘାଟିତ

ବୌଦ୍ଧ: ବୌଦ୍ଧର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ସହାୟତା ରାଶି ଯୋଗାଇ ଦେଇଥିବା ବେଳେ ବିଧାୟକ ପାଣ୍ଠି ଓ ବିଭିନ୍ନ ଅନୁଦାନରୁ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିଲା। ରାଜାଙ୍କ ସମୟରେ ନିର୍ମିତ ମନ୍ଦିରର ଉପରି ଭାଗରେ ଅନେକ ଫାଟ ଦେବା ସହିତ ଭିତରେ ପାଣି ଗଳୁଥିବାବେଳେ ଯନ୍ତ୍ରୀମାନଙ୍କ ପରାମର୍ଶକ୍ରମେ ସଂପୁର୍ଣ୍ଣ ମନ୍ଦିରର ମରାମତି କରାଯାଇଥିଲା।

ମନ୍ଦିର ବେଢ଼ାର ଉନ୍ନତିକରଣ ସହିତ, ଏକ କଲ୍ୟାଣମଣ୍ଡପ ନିର୍ମାଣ, ମନ୍ଦିର ସମ୍ମୁଖ ମଧ୍ୟ ଉନ୍ନତିକରଣ କରାଯାଇଛି। ଅରୁଣ ସ୍ତମ୍ବ ନିକଟରେ ଶ୍ରଦ୍ଧାଳୁମାନଙ୍କ ପାଦ ଧୋଇ ମନ୍ଦିର ପ୍ରବେଶ କରିବା ବ୍ୟବସ୍ଥା କରାଯାଇଛି। ସେହିପରି ମନ୍ଦିର ବେଢ଼ାରେ ବିଭିନ୍ନ ଦେବାଦେବୀଙ୍କ ପାଇଁ ନୂତନ ମନ୍ଦିର ନିର୍ମାଣ ସହିତ ବିଗ୍ରହ ସ୍ଥାପନ ମଧ୍ୟ କରାଯାଇଥିଲା। ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସମାପନ କରାଯାଇ ମାନ୍ୟବର ମନ୍ତ୍ରୀ ଶ୍ରୀଅମାତ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଦଘାଟନ କରିବା ସହିତ ଯେଉଁ ଅଧିକାରୀ ଓ କର୍ମକର୍ତ୍ତାମାନେ ଏଥିପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିଥିଲେ ସେମାନଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିରନ୍ତର ଉଦ୍ୟମ ଓ ତତ୍କାଳୀନ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶ ଏବଂ ତାଙ୍କର ସହକର୍ମୀ ଓ ଆର୍କିଟେକ ସୁମନ ଷଡଙ୍ଗୀଙ୍କ ଦ୍ୱାରା ଯୋଜନା ପ୍ରସ୍ତୁତ କରାଯାଇ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିଲା।

- Advertisement -

ମନ୍ତ୍ରୀ ଶ୍ରୀଅମାତ ମନ୍ଦିର ଚର୍ତୁପାର୍ଶ୍ବ ବୁଲି ଦେଖିବା ସହିତ କାର୍ଯ୍ୟର ପ୍ରଶଂସା କରିଥିଲେ। ଏହି ଅବସରରେ ମନ୍ଦିର ବେଢ଼ା ଭିତରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ପାଇଁ ଏକ ମୁକ୍ତିମଣ୍ଡପ ନିର୍ମାଣ କରାଯିବାକୁ ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ ମନ୍ତ୍ରୀ ଶ୍ରୀ ଅମାତ ଓ ଜିଲାପାଳ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ମନ୍ତ୍ରୀ ଶ୍ରୀ ଅମାତ ସେଥିପାଇଁ ଆବଶ୍ୟକୀୟ ଜାଗା ଚିହ୍ନଟ ପରେ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories