ରେଙ୍ଗାଲିକ୍ୟାମ୍ପ: ଅତାବିରା ମାର୍କେଟ ୟାର୍ଡ଼ରେ ଚାଷୀଙ୍କ ପାଇଁ ଗତ ୨୦୧୧ ଜୁନ ୧୮ ରେ ଟେଣ୍ଡର ହୋଇ କ୍ୟାଣ୍ଟିନ, ମୁକ୍ତାକାଶ ଅଡିଟୋରିଅମ୍ ଓ ଡେଲି ମାର୍କେଟ ଛାଉଣୀ ପାଇଁ ୧ କୋଟି ୩୮ ଲକ୍ଷ ୫୦ ହଜାର ୧୬୧ ଟଙ୍କା ଅର୍ଥ ଅନୁଦାନରେ ନିର୍ମାଣ କାର୍ଯ୍ୟ ହେଉଥିଲା।
ଏନେଇ ସୋମବାର ଦିନ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭୁଶୁଡ଼ି ଥିବା ଚାଷୀଙ୍କ ଅଡିଟୋରିୟମକୁ ଦେଖି ନିମ୍ନମାନର କାର୍ଯ୍ୟ ଓ ଚାଷୀମାନଙ୍କ ସହ ଖେଳ ଖେଳୁଥିବା ଠିକାଦାରକୁ କଳା ତାଲିକାଭୁକ୍ତ କରି ସଂପୃକ୍ତମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆର୍ ଏମ୍ ସି ସେକ୍ରେଟାରୀଙ୍କୁ ତାଗିଦ୍ କରିଥିବା ବେଳେ ଆଜି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଆର୍ ଏମ୍ ସି କାର୍ଯ୍ୟାଳୟ ସମ୍ମୁଖରେ ତାଲା ବନ୍ଦ କରି ଧାରଣାରେ ବସିଥିଲେ।



