www.samajalive.in
Sunday, December 7, 2025
14.1 C
Bhubaneswar

ଖୁସିଖବର ଦେଲେ ଆଲିଆ: ଖୁବଶୀଘ୍ର ଆସୁଛନ୍ତି ଜୁନିଅର କପୁର

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ପାଇଁ ଶୁଭେଚ୍ଛା ସୁଅ ଛୁଟୁଛି। ଏହା ସ୍ବାଭାବିକ ମଧ୍ୟ। କାରଣ ଆଲିଆ ମାଆ ହେବାକୁ ଯାଉଥିବା ନେଇ ସୋମବାର ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ଏକ ଫଟୋ ଶେୟାର କରି ସେ ଏହି ଖୁସିଖବର ଦେଇଛନ୍ତି। ଫଟୋରେ ଆଲିଆ ଡାକ୍ତରଖାନାରେ ସୋନୋଗ୍ରାଫି କରାଉଥିବା ବେଳର ଦୃଶ୍ୟ ଦେଖିବାକୁ ମିଳିଛି। ଫଟୋରେ ଆଲିଆଙ୍କର ସୋନୋଗ୍ରାଫି ଚାଲିଥିବା ସମୟରେ ସ୍ବାମୀ ରଣବୀର କପୁର ତାଙ୍କ ପାଖରେ ବସିଥିବା ଦେଖିବାକୁ ମିଳୁଛି । କ୍ୟାପ୍ସନରେ ଆଲିଆ ଲେଖିଛନ୍ତି- ‘‘ଆମ ସନ୍ତାନ… ଖୁବ୍‌ ଶୀଘ୍ର ଆସୁଛି।’’ ଏହି ପୋଷ୍ଟ ଦେଖିବା ପରେ ତାଙ୍କ ପ୍ରଶଂସକଙ୍କ ସମେତ ଅନେକ ସେଲିବ୍ରିଟି ଉଭୟ ରଣବୀର ଓ ଆଲିଆଙ୍କୁ ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଚଳିତ ବର୍ଷ ଏପ୍ରିଲ୍‌ ୧୪ ତାରିଖରେ ଆଲିଆ ଓ ରଣବୀର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ବିବାହ ସମାରୋହରେ କେବଳ ଦୁହିଁଙ୍କ ପରିବାର ସଦସ୍ୟ ଓ କିଛି ଘନିଷ୍ଠ ବନ୍ଧୁବାନ୍ଧବ ଯୋଗ ଦେଇଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories