www.samajalive.in
Sunday, December 7, 2025
26.1 C
Bhubaneswar

‘ଏକ ଭିଲେନ୍‌ ରିଟର୍ନସ୍‌’: ସାମ୍ନାକୁ ଆସିଲା ପ୍ରଥମ ଲୁକ୍‌ ପୋଷ୍ଟର

ମୁମ୍ବଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏକ ଭିଲେନ୍‌ ରିଟର୍ନସ୍‌’ରୁ କଳାକାରମାନଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ‘ଏକ ଭିଲେନ୍’ ଚଳଚ୍ଚିତ୍ରର ଅଷ୍ଟମ ବାର୍ଷିକୀ ଅବସରରେ ଆଗାମୀ ଚଳଚ୍ଚିତ୍ର ‘ଏକ ଭିଲେନ୍ ରିଟର୍ନସ୍’ର ଭିଲେନଙ୍କ ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ମସିହା ଜୁନ୍‌ ୨୭ ତାରିଖରେ ‘ଏକ ଭିଲେନ୍‌’ ମୁକ୍ତିଲାଭ କରିଥିଲା। ଏ​‌ବେ ଆଠ ବର୍ଷ ପରେ ଏହାର ଦ୍ବିତୀୟ ଭାଗ ଆସୁଛି। ଫିଲ୍ମରୁ ଜନ୍‌ ଆବ୍ରାହମ୍‌, ଅର୍ଜୁନ କପୁର, ଦିଶା ପଟାନୀ ଓ ତାରା ସୁତାରିଆଙ୍କୁ ଟିଜର ପୋଷ୍ଟର ରିଲିଜ୍ ହୋଇଛି।

- Advertisement -

‘ଏକ ଭିଲେନ୍‌ ରିଟର୍ନସ୍‌’ ଜରିଆରେ ଆଠ ବର୍ଷ ପରେ ଭିଲେନ୍‌ ପରଦାକୁ ଫେରୁଛନ୍ତି। ଏଥିରେ ଜନ୍‌ ଆବ୍ରାହମ୍‌, ଅର୍ଜୁନ କପୁର, ଦିଶା ପଟାନୀ ଓ ତାରା ସୁତାରିଆ ଦମ୍‌ଦାର ଅନ୍ଦାଜରେ ନଜର ଆସିବେ। ଏହି ଚାରି ତାରକାଙ୍କ ଟିଜର ପୋଷ୍ଟର ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି। ଏହି ପୋଷ୍ଟରରେ ସମସ୍ତ ଗୁଣ ଅଛି ଯାହା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣି ଆଣିବା ପାଇଁ ଆବଶ୍ୟକ।

ପୋଷ୍ଟରରେ କଳାକାରମାନେ ‘ଏକ ଭିଲେନ୍ ରିଟର୍ନସ୍’ର ସ୍ମାଇଲୀ ମାସ୍କ ସହ ନଜର ଆସିଛନ୍ତି। ଏହି ପୋଷ୍ଟରରେ ଏକ ସ୍ଲୋଗାନ ଲେଖାଯାଇଛି, ‘ହିରୋଜ୍ ଡୋଣ୍ଟ୍‌ ଏକ୍‌ଜିଷ୍ଟ’। ପୋଷ୍ଟରରେ କଳାକାରଙ୍କ ଲୁକ୍ ବହୁତ ଭୟାନକ ଦେଖାଯାଉଛି। ମୋହିତ ସୁରୀ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଟି-ସିରିଜ୍ ଏବଂ ବାଲାଜୀ ଟେଲିଫିଲ୍ସର ମିଳିତ ପ୍ରଯୋଜନାରେ ନିର୍ମାଣ ହୋଇଛି ଏହି ଫିଲ୍ମ। ଚଳିତ ବର୍ଷ ଜୁଲାଇ ୨୯ ତାରିଖରେ ମୁକ୍ତିଲାଭ କରିବ ‘ଏକ ଭିଲେନ୍ ରିଟର୍ନସ୍’।

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories