www.samajalive.in
Monday, December 15, 2025
27.1 C
Bhubaneswar

ଜନତାଙ୍କ ତୁଳନାରେ ନେତାଙ୍କ ଆୟୁଷ ଅଧିକ

ୱଶିଂଟନ୍‌: ସାଧାରଣ ଜନତାଙ୍କ ତୁଳନାରେ ନେତାଙ୍କ ଆୟୁଷ ଅଧିକ। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଆଇଏଫ୍‌ଏଲ ସାଇନ୍ସ ସଂସ୍ଥାର ଗବେଷକ ଏପରି ସୂଚନା ଦେଇଛନ୍ତି। ସମଗ୍ର ବିଶ୍ବରେ ଅନୁଷ୍ଠିତ ଅଧ୍ୟୟନରୁ ସେମାନେ ଏହି ଉପଲବ୍ଧୀ ହାସଲ କରିଛନ୍ତି। ଏହାଦ୍ବାରା ଜନତା ଓ ନେତାଙ୍କ ଜୀବନ ଶୈଳୀରେ ରହିଥିବା ତାରତମ୍ୟ ସ୍ପଷ୍ଟ ବୋଲି ଗବେଷକମାନେ ଦର୍ଶାଇଛନ୍ତି। ସେମାନେ ଅଷ୍ଟ୍ରେଲିଆ, ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍‌, ଇଟାଲୀ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ସ୍ୱିଜରଲାଣ୍ଡ ଇତ୍ୟାଦି ୧୧ଟି ଦେଶର ୫୭,୫୦୦ରୁ ଅଧିକ ନେତାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ସେମାନଙ୍କ ଜୀବନଶୈଳୀ ଉପରେ ଅଧ୍ୟୟନ କରି ଏହି ଉପସଂହାରରେ ପହଞ୍ଚିଛନ୍ତି। ଭିନ୍ନ ଭିନ୍ନ ରାଷ୍ଟ୍ରରେ ଜନତା ଓ ନେତାଙ୍କ ଆୟୁଷର ବ୍ୟବଧାନ ଅଲଗା। ସ୍ୱିଜରଲାଣ୍ଡରେ ଜନତା ଓ ନେତାଙ୍କ ମଧ୍ୟରେ ଜୀବନର ହାର ବ୍ୟବଧାନ ୩ ବର୍ଷ ଥିବାବେଳେ ଆମେରିକାରେ ଏହା ୭ ବର୍ଷ ରହିଛି।

ସେମାନେ ୧୮୧୬ରୁ ୨୦୧୭ ମଧ୍ୟରେ ସବୁ ଦେଶର ରାଜନେତାଙ୍କ ବୟସ ବିଶ୍ଳେଷଣ କରିଛନ୍ତି। ୟୁରୋପିୟନ ଜର୍ଣ୍ଣାଲ ଅଫ ଏପିଡେମିୟୋଲୋଜିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଂଶ ଶତାବ୍ଦୀରେ ଏହି ତାରତମ୍ୟ ବୃଦ୍ଧି ପାଇଥିଛି। ସମୟର ପରିବର୍ତ୍ତନ ସହ ତାଳ ଦେଇ ଜନତା ଓ ନେତାଙ୍କ ମଧ୍ୟରେ ବ୍ୟବଧାନ ବଢ଼ିଛି। ଉନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରେ ଅଧିକାଂଶ ଦେଶର ନେତାଙ୍କ ମୃତ୍ୟୁହାର ସାଧାରଣ ଜନତାଙ୍କ ସହିତ ପ୍ରାୟ ସମାନ ଥିଲା; କିନ୍ତୁ ବିଂଶ ଶତାବ୍ଦୀରେ ଏଥିରେ ବ୍ୟାପକ ପ୍ରଭେଦ ଘଟିଥିବା ସେମାନେ ଦାବି କରିଛନ୍ତି। ଅପରପକ୍ଷରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଆୟୁ ଅଧିକ ବୋଲି ସେମାନେ କହିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories