www.samajalive.in
Sunday, December 14, 2025
23.1 C
Bhubaneswar

ଗୁଜରାତ ଦଙ୍ଗା ମାମଲା, ତିସ୍ତା ଶୀତଲବାଦ ଓ ଆଇପିଏସ୍‌ ଶ୍ରୀକୁମାର ଗିରଫ

ଅହମ୍ମଦାବାଦ: ଗୁଜରାତ ଦଙ୍ଗା ମାମଲାର ରାୟ ପ୍ରକାଶ ପାଇବା ପରେ ଅଭିଯୋଗକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ୨୦୦୨ର ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୁପ୍ରିମକୋର୍ଟ କ୍ଲିନ୍‌ଚିଟ୍‌ ଦେବାର ୨୪ ଘଣ୍ଟା ନ ପୂରୁଣୁ ସାମାଜିକ କର୍ମୀ ତିସ୍ତା ଶୀତଲବାଦଙ୍କୁ ରାଜ୍ୟ ଆତଙ୍କବାଦ ନିରୋଧୀ ପୁଲିସ ମୁମ୍ବଇର ସାନ୍ତକ୍ରୁଜ୍‌ସ୍ଥିତ ବାସଭବନରୁ ଉଠାଇ ନେଇ ଅଟକ ରଖିଛି। ତିସ୍ତା ୨୦୦୨ର ଉପରୋକ୍ତ ଦଙ୍ଗାରେ କ୍ଷତିଗ୍ରସ୍ତ ଜାକିଆ ଜାଫ୍ରିଙ୍କୁ ଆଇନଗତ ଲଢ଼େଇରେ ସମର୍ଥନ କରିଥିଲେ। ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କ ବିରୋଧରେ ରୁଜୁ ଏତଲା ଆଧାରରେ ତିସ୍ତାଙ୍କୁ ପୁଲିସ ଅଟକ ରଖିଥିବା କହିଛି। ପରେ ତାଙ୍କୁ ଗିରଫ କରାଯାଇ ଅହମ୍ମଦାବାଦ ନିଆଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗୁଜରାତର ପୂର୍ବତନ ପୁଲିସ ମହାନିର୍ଦେଶକ ଆର.ବି ଶ୍ରୀକୁମାରଙ୍କୁ ପୁଲିସ ଏହି ମାମଲାରେ ଜାଲିଆତି ଅଭିଯୋଗରେ ଗିରଫ କରିଛି। ଗାନ୍ଧୀନଗରସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି। ଦଙ୍ଗା ମାମଲାରେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଛ ଅଭିଯୋଗ କରିଥିବା ଓ ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ମିଛ ପ୍ରମାଣ ଦେଇଥିବା ଏତଲାରେ ଦର୍ଶାଯାଇଛି। ତିସ୍ତା ଓ ଶ୍ରୀକୁମାରଙ୍କ ବିରୋଧରେ ମିଛ ତଥ୍ୟ ଦେଇ ମୋଦୀଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆଣିବା ସହ ଷଡ଼ଯନ୍ତ୍ର ରଚନା କରିଥିବା ଅଭିଯୋଗ ହୋଇଛି। ଜାକିଆଙ୍କୁ ସେମାନେ ମୋଦୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପ୍ରୋତ୍ସାହିତ କରିଥିବା ଏତଲାରେ ଦର୍ଶାଯାଇଛି।

ଅନ୍ୟ ଜଣେ ଆଇପିଏସ୍‌ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କ ବିରୋଧରେ ମଧ୍ୟ ଏତଲା ଦାୟର ହୋଇଛି। ସମ୍ପ୍ରତି ସେ ଅନ୍ୟ ଏକ ମାମଲାରେ ଜେଲ୍‌ରେ ଅଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାର ରାୟରେ ତାଙ୍କୁ ଭତ୍ମୋର୍ସନା କରିଥିଲେ। ମୋଦୀଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ତିସ୍ତା ଓ ତାଙ୍କ ଭଳି କିଛି ବ୍ୟକ୍ତି ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ମୋଦୀଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିଲେ। ଏଥିପାଇଁ ଗତ ୧୯ବର୍ଷ ଧରି ମୋଦୀ ଘୋର ମାନସିକ ଚାପରେ ଥିଲେ। ତିସ୍ତା ବିଜେପି ବିରୋଧା ରାଜନୈତିକ ଶକ୍ତିଙ୍କ ଚାପରେ କାମ କରୁଥିଲେ। ୟୁପିଏ ସରକାର ସମୟରେ ତାଙ୍କ ସଂଗଠନକୁ ବିପୁଳ ସହାୟତା ମିଳିଛି। ଏବେ ସବୁ ସତ ସାମ୍ନାକୁ ଆସିଛି ବୋଲି ଶାହା କହିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories