www.samajalive.in
Sunday, December 7, 2025
26.1 C
Bhubaneswar

ଅଲଗା ହେବେ ଆଉ ଏକ ଷ୍ଟାର ଦମ୍ପତି

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ ରାପର୍‌ ରଫ୍‌ତାର ଓରଫ୍‌ ଦିଲିନ ନାୟର ଓ ତାଙ୍କ ପତ୍ନୀ କୋମଲ ବିବାହର ୬ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି। ଦୁହେଁ ଦୀର୍ଘ ଦିନ ଧରି ଅଲଗା ରହୁଥିଲେ ଓ ଏବେ ଆନୁଷ୍ଠାନିକ ଭାବେ ଅଲଗା ହେବାକୁ ପ୍ରସ୍ତୁତ। ରିପୋର୍ଟ ମୁତାବକ, ଦୁହେଁ ୨୦୨୦ରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ, କିନ୍ତୁ କରୋନା ମହାମାରୀ ପାଇଁ ଛାଡ଼ପତ୍ର ହୋଇପାରି ନଥିଲା।

ସୂଚନା ଅନୁସାରେ, ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ସମସ୍ୟା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଉଭୟ ନିଜ ଜୀବନରେ ଆଗକୁ ବଢିଛନ୍ତି ଏବଂ ଛାଡପତ୍ର ନେବାକୁ ଯାଉଛନ୍ତି। ଉଭୟ ଚଳିତ ବର୍ଷ ଅକ୍ଟୋବର ୬ ତାରିଖରେ ପରସ୍ପରଠାରୁ ଛାଡ଼ପତ୍ର ନେବା ପାଇଁ କାଗଜପତ୍ରରେ ଦସ୍ତଖତ କରିବେ। ତାଙ୍କର ସମସ୍ତ ଘନିଷ୍ଠ ବନ୍ଧୁମାନେ ଏହା ଜାଣନ୍ତି।

- Advertisement -

ରାଫ୍‌ତାର ଏବଂ କୋମଲ ପ୍ରେମ ବିବାହ କରିଥିଲେ। ୨୦୧୧ରେ ଜଣେ ବନ୍ଧୁଙ୍କ ପାର୍ଟିରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା ଏବଂ ପ୍ରଥମ ଦେଖାରେ ଉଭୟ ଉଭୟଙ୍କ ପ୍ରେମରେ ପଡିଥିଲେ। ପାଞ୍ଚ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଉଭୟ ୨୦୧୬ରେ ବିବାହ କରିଥିଲେ। ଏବେ ବିବାହର ୬ ବର୍ଷ ପରେ ଦୁହେଁ ଅଲଗା ହେବେ। ସାମାଜିକ ଗଣମାଧ୍ୟମରେ ଉଭୟ ଉଭୟଙ୍କୁ ଅନ୍‌ଫଲୋ କରି ଦେଇଛନ୍ତି ଓ ବିବାହର ଫଟୋଗୁଡ଼ିକ ମଧ୍ୟ ଡିଲିଟ୍‌ କରି ଦେଇଛନ୍ତି। କୋମଲ ହେଉଛନ୍ତି ଅଭିନେତା କରଣ ଓ କୁନାଲ ବୋହରାଙ୍କ ଭଉଣୀ।

ରଫ୍‌ତାର ବ୍ୟାକ୍‌ଗ୍ରାଉଣ୍ଡ ଡାନ୍ସର ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ ଅନେକ ବଲିଉଡ ଫିଲ୍ମରେ ଗୀତ ଗାଇଛନ୍ତି। ଏଥିସହିତ ସେ ‘ରୋଡିଜ୍’ରେ ଗ୍ୟାଙ୍ଗ୍‌ ଲିଡର ଏବଂ ‘ଡାନ୍ସ ଇଣ୍ଡିଆ ଡାନ୍ସ’ର ସିଜନ ୭ରେ ଜଜ୍‌ ଭାର ବହନ କରିଥିଲେ। ରଫ୍‌ତାର ନୃତ୍ୟ ରିଆଲିଟି ସୋ ‘ଝଲକ ଦିଖଲା ଜା’ରେ ମଧ୍ୟ ଭାଗ ନେଇଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories