www.samajalive.in
Thursday, December 11, 2025
15.1 C
Bhubaneswar

ପିଆଜ କଚୋଡ଼ି

ଆବଶ୍ୟକ ସାମଗ୍ରୀ
ମଇଦା – ୩ କପ
ତେଲ – ଆବଶ୍ୟକ ଅନୁଯାଯୀ
କଟା ପିଆଜ – ୩ଟି
ବେସନ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
କଟା କଞ୍ଚା ଲଙ୍କା – ୩ଟି
ଜୁଆଣୀ – ଅଳ୍ପ
ସିଝା ଆଳୁ – ୧ଟି
ଗରମ ମସଲା – ଅଳ୍ପ
ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ମଇଦା, ୩ ଚାମଚ ତେଲ , ଲୁଣ ,ଜୁଆଣୀ ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହା ଉପରେ ଏକ ଓଦା କନା ଗୁଡ଼ାଇ ୨୦ ମିନିଟ ରଖିଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଞ୍ଚା ଲଙ୍କା , ସିଝା ଆଳୁ , ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଅଳ୍ପ ବେସନ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏବେ ଏଥିରେ କଟା ପିଆଜ, ଗରମ ମସଲା ଗୁଣ୍ଡ, ଧନିଆ ପତ୍ର ପକାଇ ଗୋଳାନ୍ତୁ। କିଛି ସମୟ ପରେ ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ । ଥଣ୍ଡା ହେବା ପରେ ଏହାକୁ ହାତରେ ଗୋଲ ଗୋଲ କରି ପୁର ପାଇଁ ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସରେ ଆଉ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ । ପୂର୍ବରୁ ଦଳା ହୋଇ ରହିଥିବା ମଇଦାକୁ ଛୋଟ ଛୋଟ ଗୁଳା କରି ହାତରେ ଏହାର ମଝି ଅଂଶକୁ ଖାଲ କରି ରଖିଥିବା ପୁରକୁ ଏହା ମଧ୍ୟରେ ଭର୍ତ୍ତି କରି ପିଠା ଭଳି ଗୋଲ କରନ୍ତୁ। ଏହାକୁ ହାତରେ ସମାନ୍ୟ ଚେପଟା କରି ତେଲରେ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories