www.samajalive.in
Thursday, December 11, 2025
15.1 C
Bhubaneswar

ବିବାହ ପାଇଁ ଉତ୍ସାହିତ ରାମ୍ବୋ-ଡିମ୍ପି

ବଲିଉଡର ଅନ୍ୟତମ ଲୋକପ୍ରିୟ ଯୋଡ଼ି ରଣବୀର ସିଂ ଓ ଦୀପିକା ପାଦୁକୋନ ନଭେମ୍ବର ପ୍ରଥମ ସପ୍ତାହରେ ଇଟାଲୀର ଏକ ଦ୍ବୀପରେ ବିବାହ କରିବେ ବୋଲି ଶୁଣାଯାଉଛି। ଦୁହେଁ ଯଥା ସମ୍ଭବ ନିଜ ବିବାହକୁ ଗୋପନୀୟ ରଖିବାର ଅଭିଯାନରେ ଲାଗିପଡ଼ିଛନ୍ତି। ବାନ୍ଦ୍ରାରେ ରଣବୀରଙ୍କ ଘରର ଆଭ୍ୟନ୍ତରୀଣ ସାଜସଜ୍ଜା କାମ ମଧ୍ୟ ଶେଷ ପର୍ଯ୍ୟାୟରେ। ସମ୍ପୂର୍ଣ୍ଣ ଭାରତୀୟ ଢାଞ୍ଚାରେ ତାଙ୍କ ଘର ଡିଜାଇନ୍ ହେଉଛି। ଦୁହେଁ ଯଦିଓ ଭାରତରେ ବିବାହ କରିବାକୁ ପ୍ରଥମେ ଯୋଜନା କରିଥିଲେ, କିନ୍ତୁ ଗଣମାଧ୍ୟମର ଆତୁରତା ଦେଖି ପରେ ସ୍ଥାନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଲେ। ରାମ୍ବୋ ରଣବୀର ନିଜ ଆଗାମୀ ଚଳଚ୍ଚିତ୍ରର ସୁଟିଂ କାମ ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ସମାପ୍ତ କରିବାର ଯୋଜନା ରଖିଛନ୍ତି। ଅନ୍ୟପାଖେ ଦୀପିକାଙ୍କ ନିକଟରେ ଫୁରସତ୍ ନାହିଁ। ଅନେକ ବିଜ୍ଞାପନର ସୁଟିଂ ନଭେମ୍ବର ପ୍ରଥମ ସପ୍ତାହରେ ହେବାର ଅଛି। ଏଣୁ ବିବାହ ପାଇଁ ମାତ୍ର ଗୋଟିଏ ସପ୍ତାହର ବିରତି ଡିମ୍ପି ଦୀପିକା ନେବେ ବୋଲି ଶୁଣାଯାଉଛି। ଦୀପିକାଙ୍କ ପରିବାର ଲୋକେ ବେଙ୍ଗାଲୁରୁରେ ମଧ୍ୟ ବିବାହ ପରେ ଏକ ଭବ୍ୟ ଭୋଜିର ଆୟୋଜନ କରିବେ। ତେବେ ଏ​‌େ​‌ତ ସବୁ କାମ ପାଇଁ ଦୀପିକାଙ୍କ ନିକଟରେ ସମୟ ନାହିଁ। ଦୁହେଁ ବିବାହ ପାଇଁ ଖୁବ୍ ଉତ୍ସାହିତ ଥିବାବେଳେ ସମୟ ଅଭାବ ପାଇଁ ଚିନ୍ତାରେ ଥିବାର ପ୍ରକାଶ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories