www.samajalive.in
Monday, December 8, 2025
14.1 C
Bhubaneswar

ଛତୁର ଔଷଧୀୟ ଗୁଣ

ଛତୁ ସଭିଙ୍କର ପ୍ରିୟ ଖାଦ୍ୟ ଅଟେ। ଏହାର ମୂଲ୍ୟ ଅଧିକ ହୋଇଥିଲେ ମଧ୍ୟ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ଛତୁକୁ ଖାଦ୍ୟ ରୂପେ ବ୍ୟବହାର କରୁଥିଲେ ବି ଏଥିରେ ଅନେକ ଔଷଧିୟ ଗୁଣ ରହିଛି। ଏହା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ପ୍ରଭାବ ପଡେ। କିଛି ରୋଗରୁ ମଧ୍ୟ ଦୂରେଇ ରଖିବାରେ ଏହା ସାହାର୍ଯ୍ୟ କରିଥାଏ। ଛତୁରେ ଫାଇବରର ଗୁଣ ଅଧିକ ପରିମାଣରେ ଥାଏ।
ଆସନ୍ତୁ ଜାଣିବା ଛତୁ ଖାଇବା ଦ୍ୱାରା କ’ଣ ଉପକାର ମିଳିଥାଏ:
ଛତୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହା ଆମ ଶରୀରକୁ ଅନେକ ରୋଗ ଠାରୁ ରକ୍ଷା କରିଥାଏ। ଛତୁରେ ପ୍ରୋଟିନ, ଫାଇବର, ଫ୍ଲୋରିକ ଏସିଡ ଇତ୍ୟାଦି ରହିଥାଏ। ଏହି କାରଣରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
ଛତୁରେ ଆଇରନ ଭରପୂର ମାତ୍ରାରେ ରହିଥାଏ। ଉଚିତ ମାତ୍ରାରେ ଏହାକୁ ଖାଇବା ଦ୍ୱାରା ଏନିମିଆ ରୋଗ ଠାରୁ ଦୂରେଇ ରଖେ। ଛତୁ ଖାଇବା ଦ୍ୱାରା ମଧ୍‍ୁମେହ ରୋଗ ଠାରୁ ମଧ୍ୟ ମୁକ୍ତି ମିଳିଥାଏ। ଏଥିରେ କାର୍ବୋହାଇଡ୍ରେଡ ଖୁବ୍‍ କମ ପରିମାଣରେ ରହିଥାଏ। ତେଣୁ ଏହା ଖାଇବା ଦ୍ୱାରା ଶରୀରରେ ଓଜନ ନିୟନ୍ତ୍ରଣ ରହିଥାଏ।
ଛତୁରେ ଭିଟାମିନ ଡି ରହିଛି। ଏହା ଆଣ୍ଠୁଗଣ୍ଠି ବିନ୍ଧା ଓ ଚର୍ମ ସମ୍ବନ୍ଧୀୟ ଅନେକ ରୋଗରୁ ରକ୍ଷା କରେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories