କଟକ: କଟକର ଅନ୍ୟତମ ପୁରାତନ ରେଭେନ୍ସା ବାଳିକା ହାଇସ୍କୁଲର ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ଆନ୍ତର୍ଜାତୀୟ ଯୋଗଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ସ୍କୁଲର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କମାଣ୍ଡିଂ ଅଧିକାରୀ ତଥା ଶିକ୍ଷୟିତ୍ରୀ କଳ୍ପନା ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକର ପାତଞ୍ଜଳି ଯୋଗ ଶିକ୍ଷା ଆଶ୍ରମର ସଭ୍ୟା କାଞ୍ଚନ ବେହେରା, ରଞ୍ଜିତା ସିଂହ, ସମୀସା ଚୌଧୁରୀ ଓ ଯୋଗମାୟା ମହାପାତ୍ର ଯୋଗଦେଇ ମାନବ ଜୀବନରେ ଯୋଗ ଓ ପ୍ରାଣାୟାମର ଆବଶ୍ୟକତା, ଉପକାରିତା ଏବଂ ଉପଯୋଗିତା ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଏକ ସୁସ୍ଥ, ନିରାମୟ ଓ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ନିୟମିତ ଯୋଗାଭ୍ୟାସ ଅପରିହାର୍ଯ୍ୟ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସ୍କୁଲର ୭୨ଜଣ ସମର ଶିକ୍ଷାର୍ଥୀଙ୍କୁ ସେମାନେ ପ୍ରାୟ ୧ଘଣ୍ଟା ଧରି ଯୋଗାଭ୍ୟାସ କରାଇଥିଲେ। ଏଥିରେ ଏନସିସି କମାଣ୍ଡିଂ ଅଧିକାରୀ ଶ୍ରୀମତୀ ନନ୍ଦଙ୍କ ସମେତ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମଧ୍ୟ ଯୋଗାଭ୍ୟାସ କରିଥିଲେ।
Popular Categories



