www.samajalive.in
Tuesday, December 9, 2025
16.1 C
Bhubaneswar

ରାଜନୀତିଠାରୁ ଦୂରରେ ରହିଛି, ଦେଶ ପାଇଁ କାମ କରିବି: ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ତାଙ୍କ ନାମ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ପ୍ରାଥୀ ଭାବେ ମନୋନୀତ ହେବା ପରେ ଦ୍ରୌପଦୀ ମୁର୍ମୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଜଣେ ଆଦିବାସୀ ଚେହେରାକୁ ଦେଶର ସର୍ବୋଚ୍ଚ ସ୍ଥାନରେ ବସାଇବକୁ ନିଷ୍ପତ୍ତି ନେଇଥିବାରୁ ବିଜେପିକୁ ଧନ୍ୟବାଦ ଦେବି। ନିର୍ବାଚନରେ ବିଜୟୀ ହେବା ପାଇଁ ସମସ୍ତଙ୍କ ସହଯୋଗ ଚାହିଁବି। ମୋତେ ସମସ୍ତେ ସହଯୋଗ କରିବେ ବୋଲି ମୋର ଆଶା ତଥା ବିଶ୍ବାସ ମଧ୍ୟ ରହିଛି। ରାଷ୍ଟ୍ରପତି ଭାବେ ମୋ ନାମ ଘୋଷଣା କରାଯାଇଥିବାରୁ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲି, କିନ୍ତୁ ପରେ ଖୁସି ହୋଇଯାଥିଲି। ଏହାପରେ ମୋ ଆଖିରୁ ମଧ୍ୟ ଟିକିଏ ପାଣି ବାହାରି ଯାଇଥିଲା। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୋତେ ମନୋନୀତ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବି।

ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଦୀର୍ଘ ଦିନ ହେଲା ମୁଁ ରାଜନୀତିଠାରୁ ଦୂରରେ ରହିଛି, ଦେଶ ପାଇଁ କାମ କରିବାର ଅଛି। ସମ୍ବିଧାନର ସମସ୍ତ ନୀତିନିୟମ ପାଳନ କରିବି। ରାଷ୍ଟ୍ରପତିଙ୍କ ପାଇଁ ଯାହା ବ୍ୟବସ୍ଥା ରହିଛି ତାହା ସୂଚାରୁରୂପେ ସମ୍ପାଦନ କରିବି। ଦେଶର ଉନ୍ନତି ଓ ବିକାଶ ପାଇଁ ସବୁବେଳେ ପ୍ରୟାସ ଜାରି ରଖିବି। ରାଜ୍ୟପାଳ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବା ପାଇଁ ଚେଷ୍ଟା କରିବି।
ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବା ପାଇଁ ବିଜେଡ଼ିକୁ ଅନୁରୋଧ କରିବି, ମୋର ଭରସା ରହଛି ମୋତେ ସେମାନେ ମୋତେ ସହଯୋଗ ଓ ସମର୍ଥନ କରିବେ। ଭାରତ ବର୍ଷରେ ଯେତେ ବିଧାନସଭା ସଦସ୍ୟ ରହିଛନ୍ତି ଏବଂ ସାଂସଦ ଅଛନ୍ତି ସମସ୍ତଙ୍କୁ ମୋତେ ସହଯୋଗ ଓ ସମର୍ଥନ କରିବା ପାଇଁ ନିବେଦନ କରିବି। ଏଥିପାଇଁ ମୁଁ ନିଜେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବି। ଏହାସହିତ ମୋତେ ଯେଉଁମାନେ ମନୋନୀତ କରିଛନ୍ତି ସେମାନଙ୍କ ସହିତ ମିଶି ସମସ୍ତଙ୍କର ସହଯୋଗ ଓ ସମର୍ଥନ ପାଇବା ପାଇଁ ପ୍ରୟାସ ଜାରି ରଖିବି।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories