ତାମିଲନାଡୁରୁ ବୌଦ୍ଧକୁ ଫେରିଲା ଦୁଇ ପ୍ରବାସୀ ଓଡିଆ ଶ୍ରମିକଙ୍କ ମୃତଦେହ

ହରଭଙ୍ଗା: ପେଟପାଇଁ ଯାଇଥିଲେ ଦାଦନ ଖଟିବାକୁ। ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇଜଣ ଓଡିଆ ପ୍ରବାସୀ ଶ୍ରମିକଙ୍କ ଜୀବନ। ଯାଇଥିଲେ ଦାଦନ ହୋଇ ଫେରିଲେ ଶବ ହୋଇ। ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଞ୍ଚଳରେ।
ରବିବାର ତାମିଲନାଡୁରୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧକୁ ଫେରିଛି ଅନଙ୍ଗ ପ୍ରଧାନ ଏବଂ ଜୟ ଭୋକ୍ତା ଦୁଇ ପ୍ରବାସୀ ଓଡିଆ ଶ୍ରମିକଙ୍କ ମୃତଦେହ। ନିଜ ଗାଁ ଜିରାଡ ଏବଂ ବଘୁଆକଟାରେ ଦୁଇ ଶ୍ରମିକଙ୍କ ମୃତଦେହ ଆଜି ପହଞ୍ଚିବାପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବଘୁଆକଟା ଗ୍ରାମରେ ଜୟ ଭୋକ୍ତାଙ୍କ ମୃତଦେହ ପହଞ୍ଚିବା ପରେ ସେଠାରେ ଆଉ ଏକ ଅଭାବନୀୟ ଦୃଶ୍ୟ ନଜରକୁ ଆସିଛି। କ୍ଷତିପୂରଣ ଦାବୀରେ ଦଲାଲ ଘର ସମ୍ମୁଖରରେ ପରିବାର ପକ୍ଷରୁ ମୃତଦେହ ରଖି ଧାରଣା ଦିଆଯାଇଥିଲା। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ ଶେଷରେ ଦଲାଲ ଜଣଙ୍କ ୩୦ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିବାବେଳେ କମ୍ପାନୀ ପକ୍ଷରୁ କ୍ଷତିପୂରଣ ରାଶି ମିଳିବା ପର୍ଯ୍ୟନ୍ତ ମାସିକ ୫ହଜାର ଦେବା ପାଇଁ ରାଜି ପରେ ଧାରଣା ହଟିଥିଲା। ମୃତ ଜୟ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାବେଳେ ତାଙ୍କର ପନ୍ତ୍ରୀ ଏବଂ ଦୁଇଟି ଛୋଟ ଛୋଟ ଝିଅ ଅଛନ୍ତି। ସେହିପରି ମୃତ ଅନଙ୍ଗ ପରିବାରର ବଡ ପୁଅ ଥିଲେ। ତାଙ୍କ ମୃତ୍ୟୁ ଖବର ଗରିବ ବାପା ନିଗମାନନ୍ଦ ଏବଂ ମାଆ ଜୟନ୍ତୀ ଦୁଇ ଭଉଣୀ ଏବଂ ସାନଭାଇ ଙ୍କ ଆଖିରୁ ଲୁହ ଶୁଖୁନି। ଶୋକାକୁଳ ଅବସ୍ଥାରେ ଗାଁ ଶ୍ମଶାନରେ ଦୁଇ ଜଣଙ୍କ ଶବ ସତ୍କାର ସରିଛି। ମୃତ ଶ୍ରମିକ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବୀ ହେଉଛି।

 

prayash

ସୂଚନା ଥାଉ କି ଗତ କିଛିମାସତଳେ ବ୍ଲକର ପୁରୁଣାକଟକ ଥାନା ଅର୍ନ୍ତଗତ ପିତାମ୍ବରପୁର ପଞ୍ଚାୟତ ଜିରାଡ ଗ୍ରାମର ଅନଙ୍ଗ ପ୍ରଧାନ(୩୦) ଏବଂ ଲୁଣିବାହାଲ ପଞ୍ଚାୟତ ବଘୁଆକଟା ଗ୍ରାମର ଜୟ ଭୋକ୍ତା (୩୫) ଭଳି ଦୁଇ ଜଣ ଯୁବକ ତାମିଲନାଡୁକୁ ଯାଇଥିଲେ ଦାଦନ ଖଟିବାକୁ। ସେଠାରେ ଦୁହେଁ ଏକ ମାର୍ବଲ କମ୍ପାନୀରେ କାର୍ଯ୍ୟ କରୁଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ଏକ ମାର୍ବଲ ବୋଝେଇ ଟ୍ରକରେ ଯାଉଥିବା ସମୟରେ ଏକ ସଡକ ଦୁର୍ଘଟଣାରେ ଉଭୟେ ଙ୍କ ମୃତ୍ୟୁ ଘଟିଥିଲା। ଏ ସର୍ମ୍ପକରେ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦେବା ସହିତ ଆଜି ଏକ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କ ମୃତଦେହ ତାମିଲନାଡୁରୁ ବୌଦ୍ଧକୁ ଫେରିଥିଲା।

kalyan agarbati

Comments are closed.