www.samajalive.in
Friday, December 12, 2025
15.1 C
Bhubaneswar

ଦୁର୍ଗାପୂଜା କମିଟିକୁ ମମତାଙ୍କ ଅନୁଦାନ ଘୋଷଣା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

କଲକାତା : ପଶ୍ଚିମବଙ୍ଗର ୨୮ହଜାର ଦୁର୍ଗାପୂଜା କମିଟିକୁ ୧୦ହଜାର ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଷ୍ପତ୍ତିର କାର୍ଯ୍ୟକାରିତା ଉପରେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଲାଗୁ କରିଛନ୍ତି। ମମତାଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଓକିଲ ଦ୍ୟୁତିମାନ ଚାଟାର୍ଜି ଓ ସୌରଫ ଗୁପ୍ତା ଦାୟର କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଶୁକ୍ରବାର ଏହି ରହିତାଦେଶ ଜାରି କରିଛନ୍ତି। ଅକ୍ଟୋବର ୯ ପର୍ଯ୍ୟନ୍ତ ଏହି ରହିତାଦେଶ ଜାରି କରାଯାଇଛି। ସେପ୍ଟେମ୍ବର ୧୦ରେ ମମତା ପୂଜା କମିଟିକୁ ଅନୁଦାନ ପ୍ରଦାନ ନେଇ ଘୋଷଣା କରିଥିଲେ। ଏଥିପାଇଁ ରାଜକୋଷରୁ ୨୮କୋଟି ଟଙ୍କା ଖର୍ଚ୍ଚ ହେବ। ଅନୁଦାନ ପାଇବାକୁ ଥିବା ପୂଜାକମିଟି ମଧ୍ୟରୁ କଲକାତାର ୩୦୦୦ ପୂଜା କମିଟି ରହିଛି। ମମତା ଦଳର ଭୋଟ ବ୍ୟାଙ୍କ ବୃଦ୍ଧି ପାଇଁ ଏପରି ଅନୁନାଦ ଘୋଷଣା କରିଥିବା ବିଜେପି ଅଭିଯୋଗ କରିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories