BJD Bijuli 480×75 Mob

ସର୍ବତ ଦୋକାନରୁ ଭାଙ୍ଗ ଓ ଭାଙ୍ଗ ବଟା ମେସିନ ଜବତ, ୨ଗିରଫ

BJD Bijuli 480×75 Mob
0

ପିପିଲି : ପିପିଲି ହାଟଛକ ଠାରେ ଥିବା ଏକ ସର୍ବତ ଦୋକାନ ଉପରେ ପୁଲିସ ଚଢାଉ କରି ୫୬.୮କେଜି ସୁଖିଲା ଭାଙ୍ଗପତି, ୯କେଜିରୁ ଉର୍ଦ୍ଧ ବଟା ଭାଙ୍ଗ ସମେତ ୩ଟି ବଡ ଭାଙ୍ଗ ବଟା ଗ୍ରାଇଣ୍ଡରକୁ ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରି ଶୁକ୍ରବାର ପିପିଲି କୋର୍ଟକୁ ଚାଲାଣ କରିଛି। ଗିରଫ ଦୁଇଜଣ ହେଉଛନ୍ତି ରାଜେଶ କୁମାର ଚାନ୍ଦ ଓ ବିଜୟ କୁମାର ଚାନ୍ଦ। ଜାମିନ ନମିଳିବାରୁ ସେମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ପିପିଲି ହାଟଛକରେ ଥିବା ଏକ ସର୍ବତ(ଲସି) ଦୋକାନରେ ବିନା ଲାଇସେନ୍ସରେ ବେଆଇନ ଭାବେ ବଟାଭାଙ୍ଗ ବିକ୍ରି କରାଯାଉଥିବା ସମ୍ପର୍କରେ ଖବର ପାଇବା ପରେ ପିପିଲି ଆଇଆଇସି ଶରତ କୁମାର ସାହୁଙ୍କ ନିର୍ଦ୍ଦେଶରେ ଏଏସ୍‍ଆଇ ବିନୟ କୁମାର ଦାସ, ବିଦ୍ୟାଧର ଭୋଳ ଓ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଉକ୍ତ ଦୋକାନ ଉପରେ ଚଢାଉ କରିଥିଲେ। ଦୋକାନରୁ ବଟା ଭାଙ୍ଗ ଜବତ କରାଯାଇଥିବା ବେଳେ ଦୋକାନୀର ଜୟପୁର ଶାସନ ସ୍ଥିତ ଘର ଉପରେ ଚଢାଉ କରାଯାଇ ସେଠାରୁ ସୁଖିଲା ଭାଙ୍ଗପତି ଓ ଭାଙ୍ଗ ବାଟିବା ପାଇଁ ବ୍ୟବହୃତ ୩ଟି ବଡ ଗ୍ରାଇଣ୍ଡର ମେସିନକୁ ଜବତ କରାଯାଇଥିଲା। ପୁଲିସ ଏହି ଘଟଣାରେ ରାଜେଶ କୁମାର ଚାନ୍ଦ ଓ ବିଜୟ କୁମାର ଚାନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply