ଓଡ଼ିଶା ଡ୍ରଇଭର ମହାସଂଘ କନ୍ଧମାଳ ଶାଖା ପକ୍ଷରୁ ବିଧାୟକଙ୍କ ଦାବିପତ୍ର ପ୍ରଦାନ
ଫୁଲବାଣୀ:କନ୍ଧମାଳ ଜିଲାର ତିନୋଟି ନିର୍ବାଚନ ମଣ୍ଡଳି ମଧ୍ୟରୁ ଆଜି ଫୁଲବାଣୀ ନିର୍ବାଚନ ମଣ୍ଡଳି ଡ୍ରଇଭର ସଂଘର କର୍ମକର୍ତ୍ତାମାନେ ଆଜି ଫୁଲବାଣୀ ବିଧାୟକଅଙ୍ଗଦ କହଁରଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ଡ୍ରଇଭର ମହାସଂଘର କନ୍ଧମାଳ ଜିଲା ଫୁଲବାଣୀ ଶାଖାର ସଭାପତି ଅଲୋକ ବେହେରାଙ୍କ ନେତୃତ୍ୱରେ ଅନ୍ୟ କର୍ମକର୍ତ୍ତା ମାନେ ବିଧାୟକ ଅଙ୍ଗଦ କହଁରଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।
ଓଡ଼ିଶା ଡ଼୍ରାଇଭର ମହାସଂଘ ଫୁଲବାଣୀ ନିିର୍ବାଚନ ମଣ୍ଡଳି ପକ୍ଷରୁ ଗତ ଦିନରେ ୧୧ ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେହିଭଳି ଗତ ଦିନରେ ମହାସଂଘ ପକ୍ଷରୁ ପଦଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ଅବଗତ କରିଥିଲୁ ଓ ସେହି ସମୟରେ ଦାବି ଗୁଡ଼ିକ ତୁରନ୍ତ ପୁରଣ କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ମଧ୍ୟ ପଦକ୍ଷେପ ନିଆଯାଇ ନାହିଁ। ଏଭଳି ସ୍ଥଳେ ମାସ ପରେ ମାସ ବିତୁଥିଲେ ମଧ୍ୟ ଫୁଲବାଣୀ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କୌଣସି ଡ୍ରଇଭରମାନଙ୍କର କୌଣସି ପ୍ରକାର ସୁବିଧା କରାଯାଇ ନାହିଁ। ଫୁଲବାଣୀ ନିର୍ବାଚନ ମଣ୍ଡଳିର ବିଧାୟକ ଭାବେ ଏହା ଅବଗତ କରିବା ସହିତ ତୁରନ୍ତ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ପାଇଁ ମଧ୍ୟ ଦାବି କରାଯାଇଛି।
Comments are closed.