ବୌଦ୍ଧଜିଲାରେ ଚଳିତ ବର୍ଷର ରବିଧାନ କ୍ରୟ : ୩୯୯୭ ଜଣ ଚାଷୀଙ୍କ ଠାରୁୁ କିଣା ହେବ ୧ ଲକ୍ଷ ୭୩ ହଜାର ୫ଶହ କ୍ୱିଣ୍ଟାଲ ଧାନ
ବୌଦ୍ଧ : ବୌଦ୍ଧ ଜିଲାରେ ସରକାରଙ୍କ ପକ୍ଷରୁ ରବିଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗତ ୩୧ ତାରିଖରୁ ଜିଲାରେ ରବିଧାନ କିଣା ଆରମ୍ଭ ହୋଇଅଛି। ଜିଲାରେ ଚଳିତ ବର୍ଷ ୩୯୯୭ ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୭୩ ହଜାର ୫୦୦ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ ରଖା ଯାଇଛି। ବର୍ତ୍ତମାନ ସୁଦ୍ଧା ୧୩୮୮୩୮.୮୦ ଧାନ କିଣା ସରିଛି। ହେଲେ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ମୋବାଇଲକୁ ଧାନ ବିକ୍ରି କରିବାକୁ ମେସେଜ ଆସୁଥିବା ବେଳେ ସୋସାଇଟିରେ ସେମାନଙ୍କ ନାମ ଆସିନଥିବାରୁ ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିନପାରିବା ଫଳରେ ଟୋକନ ତାରିଖ ଶେଷ ହୋଇଯାଉଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଜିଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିଲାରେ ଗତ ମେ ମାସ ୩୧ ତାରିଖରୁ ରବି ଧାନ କିଣା ଯିବାକୁ ନିଷ୍ପତ୍ତି ହୋଇଥିଲା। ୧୮ ଗୋଟି ସୋସାଇଟି ମାଧ୍ୟମରେ ରବି ଧାନ ସଂଗ୍ରହ କରାଯାଉଛି। ସେଥିମଧ୍ୟରୁ କଣ୍ଟାମାଳ ବ୍ଲକର ୯ଟି ମଣ୍ଡି, ବୌଦ୍ଧ ବ୍ଲକର ୭ଟି ମଣ୍ଡି, ହରଭଙ୍ଗା ବ୍ଲକର ୧ଟି ଓ ବୌଦ୍ଧ ଏନଏସିର ଗୋଟିଏ ମଣ୍ଡି ମାଧ୍ୟମ ଧାନ ସଂଗ୍ରହ କରାଯାଉଛି। ଜିଲାରେ ଚଳିତ ବର୍ଷ ରବିଧାନ ବିକ୍ରି କରିବା ପାଇଁ ୪୬୫୩ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ସଂଶୋଧନ କରାଯାଇ ୩୯୯୭ ଜଣ ଚାଷୀଙ୍କ ନାମ ଚୂଡାନ୍ତ ହୋଇଛି। ୪୦୪୮ ଜଣ ଚାଷୀଙ୍କୁ ଟୋକନ ଦିଆଯାଇଛି। ସେଥିମଧ୍ୟରୁ ୩୧୭୮ ଜଣ ଚାଷୀ ୧୩୮୮୩୮.୮୦ କ୍ୱଣ୍ଟାଲ ଧାନ ବିକ୍ରି କରିସାରିଛନ୍ତି। ବାକି ୮୧୯ ଜଣ ଚାଷୀ ଧାନ ବିକ୍ରି କରିବାକୁ ବାକି ରହିଛି। ବାକି ଥିବା ବଳକା ଧାନ ୨୫ ତାରିଖ ସୁଦ୍ଧା କିଣା ହୋଇଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କଣ୍ଟାମାଳ ବ୍ଲକର ମନମୁଣ୍ଡା ମଣ୍ଡିରୁ ୩୮୫ ଜଣ ଚାଷୀଙ୍କ ମଧ୍ୟରୁ ୨୫୪ ଜଣ ଚାଷୀ ୧୪୨୧୭.୮୦ ଧାନ ବିକ୍ରି କରିଛନ୍ତି। ସୁଣ୍ଡିପଦର ମଣ୍ଡିରୁ ୧୨୬ଜଣ ଚାଷୀଙ୍କ ମଧ୍ୟରୁ ୧୦୭ ଜଣ ଚାଷୀ ୪୫୩୧.୫୭ ଜଣ ଧାନ ବିକ୍ରି କରିଛନ୍ତି ।ଯୋଗୀନ୍ଦ୍ରପୁର ମଣ୍ଡିରୁ ୨୯୫ ଜଣ ଚାଷୀଙ୍କ ମଧ୍ୟରୁ ୨୬୭ ଜଣ ଚାଷୀ ୧୧୫୩୪.୭୫ କ୍ୱଣ୍ଟାଲ ଧାନ ବିକ୍ରି କରିଛନ୍ତି।
ଲୁକାପଡା ମଣ୍ଡିରୁ ୪୮୬ ଜଣ ଚାଷୀଙ୍କ ମଧ୍ୟରୁ ୪୧୫ ଜଣ ଚାଷୀ ୧୬୧୬୫.୯୮ କ୍ୱିଣ୍ଟାଲ ବିକ୍ରି କରିଛନ୍ତି। ରୁଣ୍ଡିମହୁଲ ମଣ୍ଡିରୁ ୧୫୮ ଜଣ ଚାଷୀଙ୍କ ମଧ୍ୟରୁ ୧୫୬ ଜଣ ଚାଷୀ ୫୩୬୯.୮୦କୁଣ୍ଟାଲ ଧାନ ବିକ୍ରି କରିଛନ୍ତି। କଣ୍ଟାମାଳ ମଣ୍ଡିରୁ ୨୧୨ ଜଣ ଚାଷୀଙ୍କ ମଧ୍ୟରୁ ୧୭୯ ଜଣ ଚାଷୀ ୭୯୧୩.୮୮ ଧାନ କ୍ରୟ କରିଛନ୍ତି। ଘଣ୍ଟାପଡାରୁ ୧୮୯ ଜଣ ଚାଷୀଙ୍କ ମଧ୍ୟରୁ ୧୭୪ ଜନ ୭୭୫୮.୫୬ କୁଣ୍ଟାଲ ଧାନ ସଂଗ୍ରହ କରାଯାଇଛି। କୁଲତାଯୋରରୁ ୪୨୬ ଚାଷୀଙ୍କ ମଧ୍ୟରୁ ୩୭୫ ଜଣ ଚାଷୀଙ୍କ ଠାରୁ ୧୮୪୯୬.୬୮ କୁଣ୍ଟାଲ ଧାନ କ୍ରୟ କରାଯାଇଛି। ଉମାରୁ ୧୪୨ ଚାଷୀଙ୍କ ମଧ୍ୟରୁ ୧୧୫ ଜଣ ଚାଷୀଙ୍କ ଠାରୁ ୫୯୮୨.୯୨ କୁଣ୍ଟାଲ ଧାନ କ୍ରୟ କରାଯାଇଛି। ବୌଦ୍ଧବ୍ଲକର ବଘିଆପଡା ମଣ୍ଡିରୁ୯୦ ଜଣରୁ ୮୮ ଜଣ ୩୦୫୧.୮୮ କୁଣ୍ଟାଲ ଧାନ ବିକ୍ରି କରିଛନ୍ତି। ଖୁଣ୍ଟବନ୍ଧରୁ ୩୭୦ ଜଣ ଚାଷୀଙ୍କ ମଧ୍ୟରୁ ୨୪୨ ଜଣ ଚାଷୀ ୧୧୪୮୮.୩୫ କୁଣ୍ଟାଲ ଧାନ ବିକ୍ରି କରିଛନ୍ତି। ତେଲିବନ୍ଧରୁ ୧୯୮ ଚାଷୀଙ୍କ ମଧ୍ୟରୁ ୧୬୧ ଜଣ ଚାଷୀ ୮୪୨୬.୩୩ କୁଣ୍ଟାଲ ଧାନ କିଣାଯାଇଛି। ମୁଣ୍ଡାପଡାରୁ ୧୨୧ ଚାଷୀଙ୍କ ମଧ୍ୟରୁ ୭୫ ଜଣ ୩୦୧୩.୬୦ କୁଣ୍ଟାଲ ଧାନ କିଣାଯାଇଛି।ମୁଣ୍ଡିପଦରରୁ ସମସ୍ତ ୯୫ ଜଣ ଚାଷୀ ୨୮୭୦.୩୦ କୁଣ୍ଟାଲ ଧାନ ବିକ୍ରି କରିଛନ୍ତି। ବାଉଁଶୁଣୀ ମଣ୍ଡିର ୨୨୧ ଚାଷୀଙ୍କ ମଧ୍ୟରୁ ୧୪୩ ଜଣ ଚାଷୀ ୫୩୬୦.୭୨ କୁଣ୍ଟାଲ ଧାନ ବିକ୍ରି କରିଛନ୍ତି। ରକ୍ସାରୁ ୨୭୫ ଚାଷୀଙ୍କ ମଧ୍ୟରୁ ୧୫୯ ଜଣ ୬୩୬୯.୨୬ କ୍ୱଣ୍ଟାଲ ଧାନ ବିକ୍ରି କରିଛନ୍ତି। ବୌଦ୍ଧର ମଣ୍ଡିର ସମସ୍ତ ୨୪ ଜଣ ଚାଷୀଙ୍କ ଠାରୁ ୬୭୧.୩୬ କ୍ୱଣ୍ଟାଲ ଧାନ କ୍ରୟ କରାଯାଇଛି। ହରଭଙ୍ଗା ବ୍ଲକର ରାମଗଡ ମଣ୍ଡିରୁ ୧୮୪ ଜଣ ଚାଷୀଙ୍କ ମଧ୍ୟରୁ୧୪୯ ଜଣ ଚାଷୀ ୫୬୧୫.୦୬ କ୍ୱିଣ୍ଟାଲ ଧାନ କିଣାଯାଇଛି। କଣ୍ଟାମାଳ ବ୍ଲକରର ୩୭୭ ଜଣ ଚାଷୀ, ବୌଦ୍ଧ ବ୍ଲକର ୪୦୭ ଓ ହରଭଙ୍ଗା ବ୍ଲକର ୩୫ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରି କରିବାକୁ ବାକି ରହିଛି।
Comments are closed.