ବର୍ଦ୍ଧିତ ପ୍ରଦୂଷଣର ମାତ୍ରା ଚଳିତ ଶତାବ୍ଦୀର ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ, ଯାହା ଜନ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଉପରେ ଗଭୀର ପ୍ରଭାବ ପକାଇଥାଏ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଳବାୟୁ ପରିବର୍ତ୍ତନ, ଦୀର୍ଘସ୍ଥାୟୀତ୍ୱତା ଏବଂ ଜନସ୍ୱାସ୍ଥ୍ୟ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: ଦ୍ରୁତ ଗତିରେ ଜଳବାୟୁ ଓ ପରିବେଶର ପରିବର୍ତ୍ତର୍ନ ଏବଂ ବର୍ଦ୍ଧିତ ପ୍ରଦୂଷଣର ମାତ୍ରା ଚଳିତ ଶତାବ୍ଦୀର ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ, ଯାହା ଜନ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଉପରେ ଗଭୀର ପ୍ରଭାବ ପକାଇଥାଏ। ଭାରତୀୟ ଉପମହାଦେଶରେ ଅତ୍ୟଧିକ ସବୁଜ ଗୃହବାଷ୍ପ (ଜିଏଚ୍ଜି) ନିର୍ଗମନହେବା ପରିଲକ୍ଷିତ ହୋଇଥାଏ ଏବଂଜଳବାୟୁ ପରିବର୍ତ୍ତନର ବର୍ତ୍ତର୍ମାନ ସ୍ଥିତିରେ ଭାରତୀୟ ଉପମହାଦେଶ ଅନ୍ତର୍ଗତ ଦେଶଗୁଡ଼ିକ ଅତ୍ୟନ୍ତ ଅସୁରକ୍ଷିତ ଅଟନ୍ତି। ଜଳବାୟୁ ପରିବର୍ତ୍ତିନ ସମ୍ପର୍କିତ ଉତ୍କଟ ସମସ୍ୟାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗମ୍ଭୀରତାର ସହିତ ଗ୍ରହଣ କରାଯାଇଛି ଏବଂ ରୁସା ୨.୦ ଅନ୍ତର୍ଗତ ନୂତନ ଭାବେ ବିକଶିତ ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ଜନସ୍ୱାସ୍ଥ୍ୟ ଅଧୀନରେ ଏହାର ଅଧ୍ୟୟନ ଓ ଗବେଷଣା କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁଆଜିବିଶ୍ୱବିଦ୍ୟାଳୟର ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଜନସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ପକ୍ଷରୁ ‘ଜଳବାୟୁ ପରିବର୍ତ୍ତନ, ଦୀର୍ଘସ୍ଥାୟୀତ୍ୱତା ଏବଂ ଜନ ସ୍ୱାସ୍ଥ୍ୟ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଯେ ଦୀର୍ଘସ୍ଥାୟୀତ୍ୱତା ପାଇଁ ପ୍ରତ୍ୟେକ ସରକାରଙ୍କ ନୀତି ଏବଂ ବିଭିନ୍ନ ଆନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକର ନୀତିକୁ ଅନୁସରଣ କରିବା ଉଚିତ୍, ଯେପରି ବର୍ତ୍ତର୍ମାନ ମେଟ୍ରୋ ସହର ଗୁଡ଼ିକରେ ପେଟ୍ରୋଲ ବଦଳରେ ସିଏନ୍ଜି ନିର୍ମିତ ଯାନଗୁଡ଼ିକର ବହୁଳବ ୍ୟବହାର ପରିଲକ୍ଷିତ ହେଉଛି ବୋଲି ସେ ପ୍ରକାଶ କରିଥିଲେ।

prayash


ଆଲୋଚନାଚକ୍ରରେ ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ପାର୍ଥ ନାୟକ ଯୋଗଦେଇ ଖଣି ଖନନ ଏବଂ ପ୍ଲାଷ୍ଟିକ୍ଉତ୍ପାଦନ ସମଗ୍ରବିଶ୍ୱର ପରିବେଶ ପ୍ରତି ଏକ ପ୍ରମୁଖ ବିପଦ ବୋଲି କହିଥିଲେ। ଗୁଜୁରାଟର ମୁନ୍ଦ୍ରାଠାରେ ପ୍ରାୟ ୨୮୦୦ ହେକ୍ଟର ଜମିରେ ସର୍ବାଧିକ ଅଙ୍ଗାରକାମ୍ଳ ଆହରଣ କରିପାରୁଥିବା ହେନ୍ତାଳବଣ ସୃଷ୍ଟିର ପ୍ରୟାସ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହି ଅବସରରେ ଭୂମି, ସାମୁଦ୍ରିକ ପ୍ରାଣୀ, ସାମୁଦ୍ରିକ ପ୍ରଜାତି ପରି ପ୍ରାକୃତିକ ବାସସ୍ଥାନକୁ କିପରି ସଂରକ୍ଷଣ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।
ଡ଼. ଇନ୍ଦ୍ରମଣି ଜେନା ଜ ମହାମାରୀର ଆହ୍ୱାନ ମୂଳକ ପରିସ୍ଥିତି ଏବଂ ମାନବ ସମାଜ ଉପରେ ଏହାର ପ୍ରଭାବର ପରିବର୍ତ୍ତନ ହେଉଛି ଦୀର୍ଘସ୍ଥାୟୀତ୍ୱତାର ଏକ ପ୍ରମୁଖ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ। ଭୁବନେଶ୍ୱର ଆଇଆଇଟିର ପ୍ରଫେସର ୟୁ.ସି. ମହାନ୍ତି ବିଶ୍ୱ ସାମ୍ନା କରୁଥିବା ଆହ୍ୱାନ ଏବଂ ଆମ ଚତୁଃପାଶ୍ୱର୍ରେ ଥିବା ପ୍ରାକୃତିକ ସମ୍ବଳର କିପରି ଯତ୍ନ ନିଆଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଆମ ଚତୁଃପାଶ୍ୱର୍ସ୍ଥ ଜଳବାୟୁର ପରିଚାଳନା ଏବଂ ଯତ୍ନ ଆମର ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ।
ପ୍ରଫେସର କବୀର ମୋହନ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, କୁଳସଚିବ ଅଭୟ କୁମାର ନାୟକ, ପ୍ରଫେସର କେ.ସି.ସାହୁ, ପ୍ରଫେସର ଯଜେ୍ଞଶ୍ୱର ଦଣ୍ଡପାଟ, ଡ.କାହ୍ନୁଚରଣ ଶତପଥୀ, ଡ.ଚିନ୍ମୟ ପ୍ରଧାନ, ଡ.ଗୁଣନିଧି ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.