www.samajalive.in
Monday, December 15, 2025
15.1 C
Bhubaneswar

୪ର୍ଥ ଟି୨୦ ଆଜି: ଶୃଙ୍ଖଳା ବଞ୍ଚାଇବା ଲକ୍ଷ୍ୟରେ ଭାରତ

ରାଜକୋଟ: ଭାରତୀୟ ଦଳରେ ପ୍ରମୁଖ ଖେଳାଳି ନଥିଲେ ମଧ୍ୟ ଘରୋଇ ମାଟିରେ ଭାରତ ବିପକ୍ଷରେ କ୍ରମାଗତ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତିବା ଯେକୌଣସି ଦଳ ପାଇଁ କଷ୍ଟକର। ହେଲେ ପ୍ରଥମ ମ୍ୟାଚ୍‌ ଜିତି ଭାରତକୁ କ୍ରମାଗତ ୧୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତିବାର ବିଶ୍ବ କୀର୍ତ୍ତିମାନରୁ ବଞ୍ଚିତ କରିବା ପରେ ୨ୟ ମ୍ୟାଚ୍‌ ଜିତି ଶୃଙ୍ଖଳା ବିଜୟର ଦ୍ବାରରେ ପହଞ୍ଚି ଯାଇଥିଲା ଦକ୍ଷିଣ ଆଫ୍ରିକା। ଉଭୟ ମ୍ୟାଚ୍‌ରେ ରନ୍‌ର ପିଛାକରି ଦକ୍ଷିଣ ଆଫ୍ରିକା ଜିତିଥିଲା। ଦକ୍ଷିଣ ଆଫ୍ରିକା ୨-୦ରେ ଆଗୁଆ ହେବା ପରେ ଭାରତ ପାଇଁ ବାକି ୩ଟିଯାକ ମ୍ୟାଚ୍‌ କର ବା ମର ପରିସ୍ଥିତି ସୃଷ୍ଟି କରିଥିଲା। ୩ୟ ଟ୍ବେଣ୍ଟି୨୦ରେ ଘରୋଇ ଦଳ ପ୍ରକୃତ ଭାରତୀୟ ଦଳ ପରି ଖେଳିଥିଲା ଏବଂ ସହଜ ବିଜୟ ହାସଲ କରିଥିଲା। କ୍ରମାଗତ ୩ୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ରନ୍‌ର ପିଛା କରିଥିଲେ ହେଁ ହର୍ଷଲ ପଟେଲ ଓ ୟୁଜବେନ୍ଦ୍ର ଚହଲ ମିଳିତ ଭାବେ ୭ଟି ୱିକେଟ ନେଇ ଭାରତକୁ ଜିତାଇଥିଲେ ଏବଂ ଶୃଙ୍ଖଳା ପରାଜୟରୁ ଦଳକୁ ବଞ୍ଚାଇଥିଲେ। ପ୍ରଥମ ୨ଟି ମ୍ୟାଚ୍‌ ହାରିଥିଲେ ବି ଭାରତ ତା’ର ଏକାଦଶ​ରେ ପରିବର୍ତ୍ତନ କରିନଥିଲା। ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ଏବେ ୨-୧ରେ ଆଗୁଆ ରହିଛି। ଶୁକ୍ରବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ଶୃଙ୍ଖଳା ହାତେଇବା ଲକ୍ଷ୍ୟରେ ତେମ୍ବା ବଭୁମାଙ୍କ ଦଳ ରହିଥିବା ବେଳେ ଶୃଙ୍ଖଳା ବଞ୍ଚାଇ ବେଙ୍ଗାଲୁରୁ ମ୍ୟାଚ୍‌କୁ ନିର୍ଣ୍ଣାୟକ କରିବା ଲକ୍ଷ୍ୟରେ ଋଷଭ ସେନା ରହିଛି।

ଅକସ୍ମାତ୍ ନେତୃତ୍ବ ପାଇଥିବା ଋଷଭ ପନ୍ତ୍ ଚାପ​‌େ​‌ର ଥିଲେ ହେଁ ଗୋଟିଏ ବଡ଼ ଇନିଂସ ତାଙ୍କୁ ବ୍ୟାଟ୍‌ସମ୍ୟାନ୍ ଓ ଅଧିନାୟକ ଭାବେ ଆତ୍ମବିଶ୍ବାସ ପ୍ରଦାନ କରିବ। ପନ୍ତ୍‌ଙ୍କୁ ଅଫ୍‌ଷ୍ଟମ୍ପ୍‌ର ବହୁତ ବାହାରେ ପକାଇ ଦକ୍ଷିଣ ଆଫ୍ରିକା ବୋଲର ସଫଳ ହୋଇଛନ୍ତି। ପନ୍ତ୍‌ଙ୍କ ଖରାପ ଫର୍ମ ସତ୍ତ୍ବେ ବିଶାଖାପାଟଣାରେ ଭାରତୀୟ ଦଳ ତା’ର ପ୍ରଦର୍ଶନରେ ଉନ୍ନତି ଆଣି ବିଜୟୀ ହୋଇଥିଲା। ଶୁକ୍ରବାର ଏହିପରି ଏକ ପ୍ରଦର୍ଶନ କରି ଶୃଙ୍ଖଳାକୁ ୨-୨ କରିବା ଲକ୍ଷ୍ୟରେ ଭାରତ ରହିଛି। ତେବେ ଭାରତକୁ ଉତ୍ସାହିତ କରିଛି ତା’ର ଓପ୍‌ନରଙ୍କ ପ୍ରଦର୍ଶନ। ୩ୟ ମ୍ୟାଚ୍‌ରେ ଈଶାନ୍ କିଷନ୍ ଓ ଋତୁରାଜ ଗାଏକ୍‌ୱାଡଙ୍କ ବ୍ୟାଟିଂ ଦଳକୁ ଉତ୍ସାହିତ କରିଥିଲେ। ଦୁହେଁ ଭାରତୀୟ ବିଜୟର ବିନ୍ଧାଣୀ ଥିଲେ। ଦୁହେଁ ଚଳିତ ଶୃଙ୍ଖଳାର ବାକି ୨ଟି ମ୍ୟାଚ୍‌ ସହ ଆୟରଲାଣ୍ଡ ବିପକ୍ଷ ୨ଟି ଟ୍ବେଣ୍ଟି୨୦ରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ। ଦଳର ନିୟମିତ ଓପ୍‌ନର ଫେରିବା ପରେ ମଧ୍ୟ ଆଗକୁ ଟି୨୦ ବିଶ୍ବକପ୍‌ ଥିବାରୁ କିଷନ୍ ଓ ଗାଏକ୍‌ୱାଡ ଦଳରେ ସ୍ଥାନ ବଜାୟ ରଖିବାର ପ୍ରୟାସ କରିଥିଲେ। ଉଭୟ କଟକ ଓ ବିଶାଖାପାଟଣାରେ ଭାରତୀୟ ମଧ୍ୟକ୍ରମ ବିଫଳ ହୋଇଥିବା ବେଳେ ଦିନେଶ କାର୍ତ୍ତିକ ଓ ହାର୍ଦିକ ପାଣ୍ଡ୍ୟା ଦଳର ସମ୍ମାନ ରକ୍ଷା କରି ପାରିଥିଲେ। ତେଣୁ ମଧ୍ୟକ୍ରମ ବ୍ୟାଟିଂରେ ଭାରତ ଉନ୍ନତି କରିବାକୁ ଚାହିଁବ। ବିଶାଖାପାଟଣା ବିଜୟରେ ଦୁଇ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ଭଲ ବୋଲିଂ କରିଥିଲେ; ଫଳରେ ଭାରତ ସହଜରେ ୧୮୦ ରନ୍‌କୁ ବଞ୍ଚାଇ ପାରିଥିଲା। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ୨ ସ୍ପିନର ପ୍ରତି ମ୍ୟାଚ୍‌ରେ ୧୦ରୁ ଅଧିକ ରନ୍‌ ଦେଇଛନ୍ତି। ତେଣୁ ଜଣେ ସ୍ପିନରଙ୍କୁ ବସାଇ ଦକ୍ଷିଣ ଆଫ୍ରିକା ଅତିରିକ୍ତ ପେସ୍‌ ବୋଲର ଖେଳାଇବା ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନପାରେ। ଆମ ପେସ୍ ବୋଲରଙ୍କ ମଧ୍ୟରୁ ଭୁବନେଶ୍ବର କୁମାର ଓ ହର୍ଷଲ ପଟେଲ ଭଲ ବୋଲିଂ କରୁଛନ୍ତି। ଆଭେସ୍‌ ଖାଁ ଦଳକୁ ନିରାଶ କରିଥିବା ବେଳେ ଅର୍ଶଦୀପ ସିଂହ ଖେଳିବା ନେଇ ଚର୍ଚ୍ଚା ଚାଲିଛି। ତଥାପି ବିଜୟୀ ଏକାଦଶରେ ପରିବର୍ତ୍ତନ କରିବାକୁ ଭାରତ ଚାହିଁନପାରେ। ଦକ୍ଷିଣ ଆଫ୍ରିକା ଆଶାରଖିଛି ଯେ ତାରକା ଓପ୍‌ନର ସୁସ୍ଥହୋଇ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳନ୍ତୁ। ପେସ୍ ବୋଲରଙ୍କ ମଧ୍ୟରେ କାଗିସୋ ରାବାଡା ଭଲ ବୋଲିଂ କରୁଥିବା ବେଳେ ଆନ୍‌ରିଚ୍ ନୋର୍ଖିୟା ଓ ଡ୍ବେନ୍ ପ୍ରିଟୋରିୟସ ଅଧିକ ରନ୍‌ ଦେଉଛନ୍ତି। ତେଣୁ ମାର୍କୋ ୟାନ୍‌ସେନ୍ କିମ୍ବା ଲୁଙ୍ଗି ଏନିଗିଡ଼ିଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବା କଥା ଦକ୍ଷିଣ ଆଫ୍ରିକା ଚିନ୍ତା କରିପାରେ। ଦକ୍ଷିଣ ଆଫ୍ରିକା ଭଲ ଫିଲ୍‌ଡିଂ କରୁଥିବା ବେଳେ ଏକାଧିକ କ୍ୟାଚ୍‌ ଛାଡ଼ିବା ଦଳକୁ ଚିନ୍ତାରେ ପକାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories