ଜୀବନ ସଂଗ୍ରାମରେ ଭିନ୍ନକ୍ଷମ ଶିଶୁ, ଉଚ୍ଚତର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
କଲମପୁର: ଶିଶୁଟିର ବୟସ ଏବେ ତିନି ବର୍ଷ ଅତିକ୍ରମ କରି ସାରିଛି। ଯେଉଁ ବୟସରେ ଖେଳକୁଦ କରିବା କଥା ସେଇ ବୟସରେ କିନ୍ତୁ ଶଯ୍ୟାଶାୟୀ। ରୋଗର ପ୍ରଭାବ ପାଇଁ ଶିଶୁଟି ବସିବା ମଧ୍ୟ ସମ୍ଭବ ହେଉ ନାହିଁ। ଶିଶୁଟିର ଏଭଳି ଦୟନୀୟ ଅବସ୍ଥା ଦେଖି ଦେଖି ଅସହାୟ ହେଉଛନ୍ତି ତାର ବାପା ମା। ଶିଶୁଟିର ଚିକିତ୍ସା ପାଇଁ ଗରିବ ବାପା ମା ଙ୍କ ପାଖରେ ଅର୍ଥର ଅଭାବ। ତଥାପି ନିଜର ସିମିତ ସମ୍ବଳରେ ଚିକିତ୍ସା କରାଇ ଥିଲେ ମଧ୍ୟ ଅଦ୍ୟାବଧି ଶିଶୁର ସ୍ବାସ୍ଥ୍ୟରେ କିଛି ଉନ୍ନତି ପରିଲକ୍ଷିତ ହେଉନାହିଁ।
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ଭାଟିଗାଁର ଭିନ୍ନକ୍ଷମ ଶିଶୁ ରିତେଶ ବାଗ ବୟସ ପ୍ରାୟ ୩ ବର୍ଷ ୬ ମାସ, ଭିନ୍ନକ୍ଷମ ଶିଶୁ ରିତେଶ ବାଗର ବାପା ଲୋକେଶ ବାଗ, ମା ସୁତୟା ବାଗ। ଜନ୍ମ ହେବାର କିଛି ମାସ ଗଲାପରେ ରିକେଶ ଚଳ ପ୍ରଚଳ ହେଇପାରି ନବାରୁ ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଚିକିତ୍ସା କରିଥିଲେ। ଶିଶୁଟିର ସ୍ୱାସ୍ଥ୍ୟବସ୍ଥାରେ କିଛି ମଧ୍ୟ ଉନ୍ନତି ନହେବାରୁ ବିଭିନ୍ନ ସ୍ଥାନକୁ ଚିକିତ୍ସା ପାଇଁ ନେଇଥିଲେ। ପରିଶେଷରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହାୟତାରେ ସାମିଲ କରି ବହୁବାର ଜିଲ୍ଲା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଚିକିତ୍ସା କରାଇଥିଲେ ମଧ୍ୟ ଶିଶୁର ଓଜନ ବଢ଼ିପାରୁ ନାହିଁ। ଏହା ସହ ଶିଶୁ ରିତେଶ ବସି ପାରୁନଥିବା ବେଳେ ଗୋଟିଏ ସ୍ଥାନରେ ପଡ଼ି ରହିଛି।
ଶିଶୁ ରିତେଶ ବାଗର ବାପା ମା ଗରିବ ଶ୍ରେଣୀ ହେଇଥିବାରୁ ନିଜ ପୁଅକୁ ଉଚ୍ଚତର ଚିକିତ୍ସା କରିବାରେ ଅସମର୍ଥ ଅଟନ୍ତି। ଶିଶୁଟି ବସି ପାରୁନଥିବା ଏବଂ ଚାଲିପାରୁ ନଥିବାରୁ ଚିନ୍ତିତ ହୋଇ ରହିଛନ୍ତି ବାପା ମା। ପିଲାଟି କିପରି ଭାବରେ ଆରୋଗ୍ୟ ହେବ ସେହି ଚିନ୍ତାରେ ରହିଛନ୍ତି ବାପା ମା। ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହାୟତାରେ ଅନେକ ଥର ଜିଲ୍ଲା ଡାକ୍ତର ଖାନାକୁ କଲମପୁର ମେଡିକାଲ ଟିମ ଡାକ୍ତର ଜ୍ୟୋତିର୍ମୟୀ ମହାନ୍ତିଙ୍କ ସହାୟତାରେ ଚିକିତ୍ସା ପାଇଁ ନିଆଯାଇ ଚିକିତ୍ସା କରିଥିଲେ ମଧ୍ୟ ତାହାର ସୁଫଳ ମିିଳିନଥିବା ଶିଶୁର ବାପା ମା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଏହି ଭିନ୍ନକ୍ଷମ ଶିଶୁର ଉଚ୍ଚତର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଶିଶୁର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।
Comments are closed.