କନ୍ଧମାଳ ସାଇନ୍ସ ପାର୍କରେ ପାଳିତ ହେଲା ରଜପର୍ବ

ଫୁଲବାଣୀ:ଓଡିଶାର ପରମ୍ପରାର ଅନ୍ୟ ଏକ ଉତ୍ସବ ରଜ ପର୍ବ। ଯାହା ସାରା ଓଡିଶାରେ ଦୀର୍ଘ ଦୁଇ ବର୍ଷର କରୋନା ମହାମାରୀ ସହିତ ଯୁଦ୍ଧ ପରେ ଏ ବର୍ଷ ଧୁମଧାମରେ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲାରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି ବିଭିନ୍ନ ସ୍ଥାନରେ। ଏଭଳି ସ୍ଥଳେ ଫୁଲବାଣୀ ପୌର ପରିଷଦ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ମିଳିତ ସହଯୋଗରେ ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ରଜ ପର୍ବ। କାର୍ଯ୍ୟକ୍ରମକୁ ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ଦ୍ୱାରା ପ୍ରସ୍ତୁତ ରଜଦୋଳିକୁ ଉଦଘାଟନ କରି ଆରମ୍ଭ କରାଯାଇଥିଲା। ପ୍ରଥମ ଦିନରେ କୁନିକୁନି ଝିଅ ମାନଙ୍କର ଏକ ପୁଚି ପ୍ରତିଯୋଗୀତା ସହ ଅନ୍ୟ ମହିଳାମାନେ ମଧ୍ୟ ଭାଗ ନେଇ ରଜଦୋଳି ସହ ମଧ୍ୟ ସେଲ୍ଫି ଉଠାଇ ଉତ୍ସବ ପାଳନ କରିଥିଲେ। ସେହିପରି ମହିଳା ଓ କିଶୋରୀମାନଙ୍କ ମଧ୍ୟରେ ଏକ ପାରମ୍ପରିକ ରଜ ଗୀତ ପ୍ରତିଯୋଗୀତା ସହ ରଜପାନର ମଧ୍ୟ ବ୍ୟବସ୍ଥା ରଖାଯାଇଥିଲା। କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ମହିଳାମାନଙ୍କର ଏକ ପିଠା ପ୍ରସ୍ତୁତ ପ୍ରତିଯୋଗୀତା କରାଯିବା ସଙ୍ଗେସଙ୍ଗେ ୨୧ ବର୍ଷରୁ ଉର୍ଦ୍ଧ ବର୍ଗରେ ମଧ୍ୟ ରଜଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

 

prayash

ଦୁଇଦିନ ଧିରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ସମୟରେ ବିଚାରକ ଭାବେ ପ୍ରଣତୀ ତ୍ରିପାଠୀ, ଜ୍ୟୋତିର୍ମୟୀ କହଁର, ବିରାଜିନୀ ମହାପାତ୍ର, ତନୁଜା ମହାନ୍ତି, ରଞ୍ଜିତ ମୁଖି, ଜଳନ୍ଧର ବେହେରା, ଅଶିତ୍ ନନ୍ଦ, ଶରତ ପଟ୍ଟନାୟକ, ବୈକୁଣ୍ଠ ସ୍ୱାଇଁ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ। ଏଥି ସହିତ କାଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିରେନ୍ଦ୍ର କୁମାର ଦାସ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ ଅତିଥିଭାବେ ଯୋଗଦେଇଥିଲେ। ଏହି ଦୁଇଦିନରେ କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସ୍ୱାତୀ ତରଫରୁ ବିଶ୍ୱରଞ୍ଜନ କର, ପ୍ରଦୀପ କୁମାର ସ୍ୱାଇଁ, ବୈଦ୍ୟନାଥ ଖଟୁଆ, ଶଙ୍କର ନାରାୟଣ ମହାନ୍ତି, ଶ୍ରଦ୍ଧାଙ୍ଗିନୀ ମଲ୍ଲିକ, ମମତା ଦାସ ଓ ସାଇନ୍ସ ପାର୍କର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ସ୍ୱାତୀର ସଂପାଦକ ଇଂ.ହରିଶଙ୍କର ରାଉତ କାର୍ଯ୍ୟକ୍ରମର ସାରଣୀ ପ୍ରସ୍ତୁତ କରିବା ସହ ଦୁଇଦିନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।

kalyan agarbati

Comments are closed.