ଚୌଦ୍ୱାରରେ ଧୂମଧାମରେ ରଜପର୍ବ ପାଳିତ

ଚୌଦ୍ୱାର : ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ରଜପର୍ବ ଚୌଦ୍ୱାର ଅଞ୍ଚଳରେ ଧୂମଧାମରେ ପାଳନ କରାଯାଉଛି ।କରୋନା ମହାମାରୀ ପାଇଁ ବିଗତ ୨ବର୍ଷଧରି ରଜ ମଉଜ ଫିକା ପଡ଼ି ଯାଇଥିଲା । ଚଳିତ ବର୍ଷ ଲୋକେ ଆନନ୍ଦ ଉଳ୍ଲାସରେ ଏହାକୁ ପାଳନ କରୁଥିବା ଦେଖିବାକୁ ମିଳିଛି । ଘରେଘରେ ନାନା ରକମର ପିଠାପଣା ସାଙ୍ଗକୁ ତାସ୍, ବାଗୁଡ଼ି, କବାଡ଼ି ଭଳି ନାନା ରକମର ଖେଳରେ ଯୁବବର୍ଗ ମାତିଥିବାବେଳେ କୁଆଁରୀ ଝିଅମାନେ ନୂଆଲୁଗା ପିନ୍ଧି,ପାଦରେ ଅଳତା ଲଗାଇ ପୁଚି ଓ ଦୋଳି ଖେଳରେ ଭାଗ ନେଉଛନ୍ତି । ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ଦିର ଗୁଡ଼ିକରେ ଭାଗବତ ପାରାୟଣ, ରାମଚରିତ ମାନସ ପାରାୟଣ, ଭଜନ କୀର୍ତ୍ତନ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

 

prayash

ଗାଁରୁ ଯାଇ ରାଜ୍ୟ ବାହାରେ ବିଭିନ୍ନ କର୍ମ ସଂସ୍ଥାନରେ ଥିବା ଲୋକେ ପରିବାର ସହିତ ଗାାଁକୁ ଫେରି ରଜପର୍ବ ପାଳନରେ ଆତ୍ମୀୟମାନଙ୍କ ସହିତ ସାମିଲ ହୋଇଛନ୍ତି। ଚଳିତ ବର୍ଷ ଅସହ୍ୟ ତାତି ଝିଅବୋହୁମାନେ ବହାରକୁ ଯାଇ ମଉଜ କରିବାରେ କିଛି ମାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରିଛି। ବିଭିନ୍ନ ସ୍ଥାନରେ ପିଠା ତିଆରି, ପୁଚିଖେଳ, ପିଠାଖିଆ ଆଦି ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି। ଆଉ ଗୋଟିଏ ଦିନ ପରେ ରଜ ଶେଷ ହେଉଥିବା ଦୃଷ୍ଟିରୁ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ, କୁଆଁରୀ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ରଜପର୍ବକୁ ମନଭରି ଉପଭୋଗ କରିବାରେ ଲାଗି ପଡ଼ିଛନ୍ତି।

kalyan agarbati

Comments are closed.