www.samajalive.in
Monday, December 15, 2025
17.1 C
Bhubaneswar

କଣ୍ଟାବାଞ୍ଜିରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

କଣ୍ଟାବାଞ୍ଜି: ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର କଣ୍ଟାବାଞ୍ଜି ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ଏ ଡି ଏମ ଓ ତଥା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କେସି ମହନ୍ତ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଵା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ଅନ୍ୟତମ ଅତିଥି ଭାବେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ପରିଚାଳନା ସମିତି ସଭ୍ୟ ଆଶିଷ ଖୈତାନ, କଣ୍ଟାବାଞ୍ଜି କେଭି କଲେଜ ପ୍ରିନ୍ସିପିଲ ସତ୍ୟବ୍ରତ ମିଶ୍ର, ପରିଚାଳନା ସମିତି ସଭ୍ୟ ପୂର୍ଣ୍ଣିମା କର, ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ସଭାପତି ଅନୁପ ଜୈନ ଯୋଗ ଦେଇଥିଲେ।
କଣ୍ଟାବାଞ୍ଜି ମେଡ଼ିକାଲ ସୁପରିଟେଣ୍ଡେଣ୍ଟ  ଏବଂ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ଏସପିଡ଼ି ପଣ୍ଡା ସଭାପତିତ୍ୱ କରିଵା ସହ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ କରିଥିବା ବେଳେ, ମଞ୍ଚ ପରିଚାଳନାକରି ଥିଲେ କେ. ଭି. କଲେଜ ଅଧକ୍ଷ ତଥା ରକ୍ତ ଭଣ୍ଡାର ପରିଚାଳନା କମିଟି ସଦସ୍ୟ  ସତ୍ୟବ୍ରତ ମିଶ୍ର । ସମସ୍ତ ଅତିଥି ବିଶ୍ୱ ରକ୍ତଦାତା ଦିବସର ମହତ୍ୱ ଏବଂ କଣ୍ଟାବାଞ୍ଜି ରକ୍ତଭଣ୍ଡାରର ପରିଚାଳନା ଜିଲ୍ଲାରେ ଉଦାହରଣ ହୋଇଯାଇଛି ବୋଲି ମତ ଦେଇଥିଲେ।
ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କେସି ମହତ କଣ୍ଟାବାଞ୍ଜି ଡାକ୍ତରଖାନା ଉନ୍ନତି ପାଇଁ ଯାହା ସବୁ ସହଯୋଗ ଦରକାର ସବୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅଵସରରେ ନିୟମିତ ଭାବେ ରକ୍ତଦାନ କରୁଥିବା ସଂସ୍ଥା ଅନ୍ୟ ସଂସ୍ଥାକୁ ପୁରସ୍କୃତ କରାଗଲା।
ଏହା ସହ ନିୟମିତ ରକ୍ତଦାନ କରାଉଥିବା ହନି ସିଂହ ଜଗମୋହନ ତାଣ୍ଡି, ,ଆଶିଷ ଖୈତାନ, ରାକେଶ ଅଗ୍ରୱାଲ ଓ ତାଙ୍କ ଧର୍ମ ପତ୍ନୀ ଶିଳ୍ପୀ ଅଗ୍ରୱାଲ,ଅରୁଣ ଶର୍ମା ଓ ଧର୍ମ ପତ୍ନୀ ଶ୍ୱେତା ଶର୍ମା, ସଂଗ୍ରାମ ତ୍ରିପାଠୀ, ରମେଶ ପୁରୋହିତ, ଧର୍ମାନନ୍ଦ ଜୁଏଡ଼, ଶିବ କଟା, ସୋମନାଥ ଭୋଇ, ସିଦ୍ଧାନ୍ତ ମହାନନ୍ଦ, ମୁକୁନ୍ଦ ବଗର୍ତ୍ତୀ, ମହେଶ ଅଗ୍ରୱାଲ, ମାମନ ଚନ୍ଦ ଅଗ୍ରୱାଲ, ମୋହିତ କୱାଡ଼, ନିସିକାନ୍ତ ମହାପାତ୍ର,ବିକାଶ ସାହୁ,ଆଶିଷ ମିଶ୍ର, ମୟଙ୍କ ଜୈନ,ଜୟଦ୍ରଥ ବିଶି ପୁରସ୍କୃତ କରା ଯାଇଥିଲା ଧନ୍ୟବାଦ ଜ୍ଞାପନ ସତ୍ୟବ୍ରତ ମିଶ୍ର କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରକ୍ତ ଭଣ୍ଡାର କର୍ମଚାରୀ ଶିବ ସାହୁ,କୁନାଲ ଦାସ, ରାଜେନ୍ଦ୍ର ସାହୁ,ସୁନିତା ଭୋଇ, ଦୁର୍ଗା ତାଣ୍ଡି, ପ୍ରଶାନ୍ତ ସାହୁ,ଗୁରୁବାରୁ ରଣା, ପ୍ରମୁଖ ସହଯୋଗ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସଙ୍ଘଠନର କର୍ମକର୍ତ୍ତା ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories