www.samajalive.in
Saturday, December 6, 2025
23.1 C
Bhubaneswar

ସ୍ୱପ୍ନରେ ଫଳ ଦେଖିଲେ ମିଳେ ଏହି ଶୁଭ ସଙ୍କେତ

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ସମୟରେ ଅନେକ ସ୍ୱପ୍ନ ଦେଖିଥାଆନ୍ତି। କିଛି ସ୍ୱପ୍ନ ମନେ ରହିଥାଏ ଓ କିଛି ସ୍ପପ୍ନ ଭୁଲି ହୋଇଯାଏ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ସ୍ୱପ୍ନ କିଛି ସଙ୍କେତ ଦେଇଥାଏ। ତେବେ ସ୍ୱପ୍ନରେ ଫଳ ଦେଖିଲେ ଏହା କି ସଙ୍କେତ ଦେଇଥାଏ। ଜାଣନ୍ତୁ….
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଅଙ୍ଗୁର ଦେଖିବା ଶୁଭଙ୍କର ବୋଲି କୁହାଯାଏ। ଏହା ଜୀବନରେ ଥିବା ଦୁଃଖ କଷ୍ଟକୁ ଦୂର କରିବା ସହ ମାନସିକ ଓ ଶାରୀରିକ ସମସ୍ୟା ଦୂର ହେବାର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଡାଳିମ୍ବ ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁପରିବର୍ତ୍ତନ ହେବ।
ସ୍ୱପ୍ନରେ ପିଜୁଳି ଦେଖିବା କିମ୍ବା ନିଜକୁ ପିଜୁଳି ଖାଉଥିବା ଦେଖିବା ଏହା ଦାମ୍ପତ୍ୟ ଜୀବନରେ ଅଧିକ ସୁଖମୟ ହେବାର ସଙ୍କେତ ଦେଇଥାଏ। ପ୍ରେମ ସମ୍ପର୍କରେ ମଧ୍ୟ ମଧୁରତା ଭରିଥାଏ।
ସ୍ୱପ୍ନରେ କଦଳୀ ଦେଖିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହେବାର ଏହା ସଙ୍କେତ ଦେଇଥାଏ। ଏହାକୁ ଶୁଭ ସଙ୍କେତ କୁହାଯାଏ।
ସ୍ୱପ୍ନରେ କମଳା ଦେଖିବା ଅତ୍ୟନ୍ତ ଶୁଭଙ୍କର କୁହାଯାଏ। ଏହା କର୍ମକ୍ଷେତ୍ରରେ ସଫଳତା, ଟଙ୍କା ପଇସା ମିଳିବା, ମାନ ସମ୍ମାନ ବୃଦ୍ଧି ପାଇବାର ସଙ୍କେତ ଦେଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories