www.samajalive.in
Sunday, December 7, 2025
14.1 C
Bhubaneswar

ପୁଲିସ କବ୍‌ଜାରେ ଶ୍ରଦ୍ଧା କପୁରଙ୍କ ଭାଇ

ମୁମ୍ବାଇ: ବଲିଉଡ ଏବଂ ଡ୍ରଗ୍ସର ସର୍ବଦା ଗଭୀର ସମ୍ପର୍କ ରହିଆସିଛି। ଗତ କିଛି ଦିନ ହେବ ଡ୍ରଗ୍ସ ମାମଲାରେ ଅନେକ ବଲିଉଡ଼ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ଏବେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ତଥା ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଡ୍ରଗ୍ସ ମାମଲାରେ ସିଦ୍ଧାନ୍ତ କପୁରଙ୍କୁ ଅଟକ ରଖିଛି ବେଙ୍ଗାଲୁରୁ ପୁଲିସ। ତାଙ୍କ ନାଁରେ ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଡ୍ରଗ୍ସ ମାମଲାରେ ସିଦ୍ଧାନ୍ତ କପୁରଙ୍କୁ ବେଙ୍ଗାଲୁରୁରେ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଡ୍ରଗ୍ସ ପରୀକ୍ଷାରେ ଶ୍ରଦ୍ଧା କପୁରଙ୍କ ଭାଇଙ୍କ ସମେତ ମୋଟ ୬ଜଣ ପଜିଟିଭ୍ ଆସିଛନ୍ତି। ଏମାନେ ବେଙ୍ଗାଲୁରୁର ଏମଜି ରୋଡ ସ୍ଥିତ ଏକ ହୋଟେଲରେ ପାର୍ଟି କରୁଥିଲେ। ଏହି ସମୟରେ ପୁଲିସ ଚଢାଉ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଏମାନଙ୍କୁ ଅଟକ ରଖିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories